ଭୁବନେଶ୍ୱର : ବରମୁଣ୍ଡା ବସଷ୍ଟାଣ୍ଡ ରେ ମୃତଦେହ। ବସଷ୍ଟାଣ୍ଡର ଆମ ବସ୍ ଡିପୋରୁ ମିଳିଲା ଅଜଣା ମୃତଦେହ । ବସ୍ ଯାତ୍ରୀ ନା କର୍ମଚାରୀ ତାଙ୍କର କିଛି ପରିଚୟ ମିଳିନାହିଁ । ମୃତକ ଜଣଙ୍କୁ ହତ୍ୟା କରାଯାଇଛି ନା ଅନ୍ୟ କିଛି କାରଣରୁ ମୃତ୍ୟୁ ହୋଇଛି ତାହା ଅସ୍ପଷ୍ଟ ରହିଛି ।
ମୃତକଙ୍କ ଶରୀର ପତଳା ଥିବା ଜଣାଯାଇଛି । ମୃତଦେହକୁ ନେଇ ପୋଲିସର ଛାନଭିନ ଚାଲିଛି । ଲୁଟ ଉଦ୍ଦେଶ୍ୟ ରେ ବା ମାରପିଟ୍ ହୋଇ ମୃତ୍ୟୁ ହୋଇଛି ତାହା ଷ୍ପଷ୍ଟ ହୋଇନାହିଁ । ବିଭିନ୍ନ ଦିଗକୁ ନେଇ ଭରତପୁର ଥାନା ପୋଲିସ୍ ତଦନ୍ତ ଜାରି ରଖିଛି ।





