ଭୁବନେଶ୍ୱର: ୬୬ ବର୍ଷରେ ପଦାର୍ପଣ କରିଛି ଓଡ଼ିଶାର ଗର୍ବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ । ୧୯୬୦ ମସିହା ଡିସେମ୍ବର ୨୯ ଆଜିର ଦିନରେ ପ୍ରତିଷ୍ଠା ହୋଇଥିଲା ଏହି ପ୍ରାଣି ଉଦ୍ୟାନ । ଏହି ଅବସରରେ ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ମୁଖ୍ୟ ଅତିଥି ଭାବେ ସାମିଲ ହୋଇ ଏହି ଦିନକୁ ଅବିସ୍ମରଣୀୟ କରିବା ପାଇଁ ବ୍ୟାପକ ଯୋଜନାର ଶୁଭାରମ୍ଭ କରିଛନ୍ତି ।
ଚିଡ଼ିଆଖାନାରେ ଅନେକ ନୂତନ ପ୍ରାଣୀ ଖୁଆଡ ଉଦଘାଟନ କରିଛନ୍ତି । ଉତ୍ତର-ପୂର୍ବ ପାନୋରାମା, ସିଭେଟ୍ ବିଲେଇ ଏନ୍କ୍ଲୋଜର, କାଚ-ସମ୍ମୁଖ କଲରାପତରିଆ ବାଘ ଘେରା, କ୍ଷୁଦ୍ର ବିଲେଇ ଏନକ୍ଲୋଜର କମ୍ପ୍ଲେକ୍ସ, ଉଦ୍ୟାନ କୃଷି ଶାଖା, ତୃଣଭୋଜି ପଶୁ ସଂରକ୍ଷିତ ସଂରକ୍ଷଣ ସୁବିଧା, ସରୀସୃପ ସଂରକ୍ଷିତ ସୁବିଧା, ରାଟେଲ, ସ୍ଲଥ ବିୟର ପାଇଁ ଏନକ୍ଲୋଜର ଉଦଘାଟିତ ହୋଇଛି । ସେଥିମଧ୍ୟରେ ୨୫ ବର୍ଷ ପରେ ନନ୍ଦନକାନନରେ ଖୋଲିଛି ଓଧ ଖୁଆଡ଼ ।







