ଓଡ଼ିଶା

ଦୌଡିବା ବେଳେ ଟଳିପଡ଼ିଲେ ଛାତ୍ର, ମୃତ ଘୋଷଣା କଲେ ଡାକ୍ତର

ସୁନ୍ଦରଗଡ଼: ଦୌଡିବା ବେଳେ ଟଳିପଡ଼ିଲେ ଛାତ୍ର ।  ସୁନ୍ଦରଗଡ଼ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ବାର୍ଷିକ କ୍ରୀଡ଼ାରେ ଅଘଟଣ ।  ରିଲେ ରେସ ବେଳେ ଅସୁସ୍ଥ ହୋଇପଡ଼ିଲେ ଛାତ୍ର ।  ମେଡିକାଲ ସ୍ଥାନାନ୍ତର ପରେ ମୃତ ଘୋଷଣା କଲେ ଡାକ୍ତର ।  ମୃତ ଛାତ୍ରଙ୍କ ନାଁ ହେଲା ଜୟଦେବ ସାଗର ବେକ ।

ବାର୍ଷିକ କ୍ରୀଡା ଉତ୍ସବରେ ୧୫୦୦ ମିଟର ରିଲେ ରେସରେ ଅସୁସ୍ଥ ହୋଇପଡ଼ିଥିଲେ ଛାତ୍ର ।  ସେଠାରେ ପ୍ରାଥମିକ ଚିକିତ୍ସା ପରେ ତୁରନ୍ତ ତାଙ୍କୁ ସୁନ୍ଦରଗଡ ମେଡିକାଲ କଲେଜକୁ ଅଣାଯାଇଥିଲା ।  ମାତ୍ର ଡାକ୍ତର ମୃତ ଘୋଷଣା କରିଥିଲେ ।  ସମସ୍ତ ଘଟଣାକୁ ନେଇ ତଦନ୍ତ କରାଯିବ କହିଛନ୍ତି ଜିଲ୍ଲା ମଙ୍ଗଳ ଅଧିକାରୀ ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL