ଓଡ଼ିଶା ଜାତୀୟ

ମାର୍ଚ୍ଚରେ ଓଡ଼ିଶା ଆସିବେ ପ୍ରିୟଙ୍କା ଗାନ୍ଧୀ

ଭୁବନେଶ୍ବର: ଓଡ଼ିଶା ଆସିବେ ପ୍ରିୟଙ୍କା ଗାନ୍ଧୀ । ଏନେଇ ସୂଚନା ଦେଇଛନ୍ତି ପିସିସି ସଭାପତି ଭକ୍ତ ଦାସ । ବିରାଟ ମହିଳା ସମବେଶକୁ କରିବେ ସମ୍ବୋଧନ । ଓଡ଼ିଶା ଆସିବେ କଂଗ୍ରେସ ନେତ୍ରୀ ତଥା ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା । ଆସନ୍ତା ମାର୍ଚ୍ଚ ମାସରେ ରାଜ୍ୟରେ କଂଗ୍ରେସ ଏକ ବିରାଟ ମହିଳା ସମାବେଶ କରିବ । ଏହି ସମାବେଶରେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଯୋଗଦେବେ । ଏହି ସମାବେଶ ରାଜ୍ୟର ୧୦ଟି ଜିଲ୍ଲାରେ ଅନୁଷ୍ଠିତ ହେବ । ଏହା ପରେ କଂଗେସ ନେତା ରାହୁଲ ଗାନ୍ଧୀଙ୍କୁ ଓଡ଼ିଶା ଆଣି ଆଉ ଏକ ସମାବେଶ କରିବାକୁ କଂଗ୍ରେସ ଯୋଜନା କରିଛି । ଏନେଇ ପିସିସ ସଭାପତି ଭକ୍ତ  ଚରଣ ଦାସ ସୂଚନା ଦେଇଛନ୍ତି ।୨୦୨୬ରେ କଂଗ୍ରେସ ସରକାରଙ୍କ ସହ ୩ ଗୁଣା ସଂଘର୍ଷ କରିବ ବୋଲି ସୂଚନା ଦେଇଛନ୍ତି ପିସିସି ସଭାପତି ଭକ୍ତ ଦାସ ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL