ନୂଆଦିଲ୍ଲୀ: ବାଂଲାଦେଶରେ ନୋବେଲ ପୁରସ୍କାର ବିଜେତା ମହମ୍ମଦ ୟୁନୁସଙ୍କ ନେତୃତ୍ୱାଧୀନ ମଧ୍ୟବର୍ତ୍ତୀକାଳୀନ ସରକାର ଭିତରେ ସବୁକିଛି ଠିକ୍ ନାହିଁ। ଗୋଟିଏ ସପ୍ତାହ ମଧ୍ୟରେ ସରକାର ଦ୍ୱିତୀୟ ଥର ପାଇଁ ବଡ଼ ଝଟକା ଭୋଗିଛି। ସ୍ୱାସ୍ଥ୍ୟ ପରାମର୍ଶଦାତା ସୟଦୁର ରହମାନ ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି। ଗତ ସାତ ଦିନ ମଧ୍ୟରେ ୟୁନୁସଙ୍କ ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀଙ୍କ ଏହା ଦ୍ୱିତୀୟ ବଡ଼ ଇସ୍ତଫା, ଯାହା ସରକାରଙ୍କ ମଧ୍ୟରେ ସ୍ଥିରତା ଉପରେ ପ୍ରଶ୍ନ ଉଠାଇଛି।
ଦଳରୁ ଇସ୍ତଫା ଦେଉଛନ୍ତି ଜଣେ ପରେ ଜଣେ ନେତା, ଚିନ୍ତାରେ ୟୁନୁସ ସରକାର









