ଓଡ଼ିଶା

ଓଲଟିଲା ଗୋରୁ ବୋଝେଇ କଣ୍ଟେନର, ମାଫିଆ ସମେତ ୩ ମୃତ

ରେଢ଼ାଖୋଲ:  ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟିଲା ଗୋରୁ ବୋଝେଇ କଣ୍ଟେନର । ଗୋରୁ ମାଫିଆ ସମେତ ୩ ମୃତ । କଣ୍ଟେନରରୁ ୩୨ ଗୋରୁଙ୍କ ମୃତ୍ୟୁ ହୋଇଛି । କଣ୍ଟେନରଟି ବୌଦ୍ଧରୁ ରେଢ଼ାଖୋଲ ଆଡ଼କୁ ଆସୁଥିଲା । ରେଢ଼ାଖୋଲ-ବୌଦ୍ଧ ରାସ୍ତାର ପନ୍ଥେଇ ନିକଟ ବୁଲାଣିରେ ଭାରସାମ୍ୟ ହରାଇ କଣ୍ଟେନରଟି ଖସିପଡ଼ିଥିଲା । ଗାଡ଼ିରେ ୫ ଜଣ ଥିବା ବେଳେ ୫୦ରୁ ଅଧିକ ଗୋରୁ ଥିଲେ ।

ଘଟଣାସ୍ଥଳରେ ଏବେବି ଅନୁଗୋଳ କିଆକଟା ପୁଲିସ ଓ ବୌଦ୍ଧର ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ଯ ଜାରି ରଖିଛନ୍ତି। କଣ୍ଟେନରରୁ ୩୨ଟି ମୃତ ଓ ଗୁରୁତର ଅବସ୍ଥାରେ ୮ଟି ଗୋରୁଙ୍କୁ ଉଦ୍ଧାର କରାଯାଇଛି। ଆହୁରି ୨୦ରୁ ୨୫ଟି ଗୋରୁ ଭିତରେ ଫସିରହିଥିବା ଅନୁମାନ କରାଯାଇଛି। କଣ୍ଟେନର ଭିତରୁ ଜଣେ ଗୋରୁ ମାଫିଆଙ୍କ ମୃତ ଶରୀର ଉଦ୍ଧାର କରାଯାଇଛି ଓ ଆଉ ୩ ଜଣ ଗୋରୁ ମାଫିଆ ଭିତରେ ଚାପିହୋଇ ରହିଥିବା ସୁଚନା ମିଳିଛି।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL