ଓଡ଼ିଶା

ରୋଷେଇ ଘରେ ପାଇପ୍ ଫାଟି ପାଣି ଦୂଷିତ ହୋଇ ନବୋଦୟ ବିଦ୍ୟାଳୟରେ ବ୍ୟାପିଥିଲା ଜଣ୍ଡିସ: ସ୍ୱାସ୍ଥ୍ୟ ମନ୍ତ୍ରୀ

ଖୋର୍ଦ୍ଧା : ସାମ୍ନାକୁ ଆସିଲା ଖୋର୍ଦ୍ଧା ଜବାହର ନବୋଦୟ ବିଦ୍ୟାଳୟରେ ଜଣ୍ଡିସ ବ୍ୟାପିବାର କାରଣ । ସ୍କୁଲ୍ ରୋଷେଇ ଘରେ ପାଇପ୍ ଫାଟି ପାଣି ଦୂଷିତ ହୋଇଥିଲା । ସେହି ପାଣି ବ୍ୟବହାରରୁ ଛାତ୍ରଙ୍କୁ ଜଣ୍ଡିସ ବ୍ୟାପିଥିବା ସ୍ପଷ୍ଟ କରିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ପାଣି ନମୁନା ରିପୋର୍ଟ ଆସିବା ପରେ ଏହା ଜଣାପଡ଼ିଛି । ପାନୀୟ ଜଳ ଯୋଗାଣ ହେଉ କିମ୍ବା ୱାଟକୋ ସମସ୍ତେ କିଭଳି ସ୍ୱଚ୍ଛ ପାନୀୟ ପାଣି ଯୋଗାଇ ଦେବେ ସମସ୍ତଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଖୋର୍ଦ୍ଧା ଜବାହର ନବୋଦୟ ବିଦ୍ୟାଳୟରେ ଜଣ୍ଡିସ ସ୍ଥିତି ଏବେ ନିୟନ୍ତ୍ରଣରେ ରହିଛି । ଜଣ୍ଡିସ ସଂକ୍ରମଣ ଯୋଗୁ ବିଦ୍ୟାଳକୁ ୭ ଦିନ ପାଇଁ ଛୁଟି ଘୋଷଣା କରାଯାଇଛି ।  ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ସ୍କୁଲ ଛୁଟି ରହିବ ।  ଖୋର୍ଦ୍ଧା ପିଏମ ଶ୍ରୀସ୍କୁଲ ଜବାହର ନବୋଦୟ ବିଦ୍ୟାଳୟରେ ୫୦ରୁ ଅଧିକ ପିଲା ଜଣ୍ଡିସ୍ ଆକ୍ରାନ୍ତ ହୋଇଥିଲେ ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL