ଓଡ଼ିଶା

୧୫ରେ ୧୨ ଘଣ୍ଟିଆ ବରଗଡ଼ ବନ୍ଦ ଡାକରା

ବରଗଡ଼: ଜାନୁଆରୀ ୧୫ ତାରିଖରେ ବରଗଡ଼ ବନ୍ଦ ଡାକରା ଦିଆଯାଇଛି। ବରଗଡ଼ ଜିଲାରୁ ରୋହିଙ୍ଗୀଆ ଅନୁପ୍ରବେଶକାରୀଙ୍କୁ ହଟାଇବା ଏବଂ ଅପରାଧ ନିୟନ୍ତ୍ରଣ ଦାବି ନେଇ ବଜରଙ୍ଗ ଦଳ ଆସନ୍ତା ୧୫ତାରିଖ ବରଗଡ଼ ଜିଲା ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି। ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଜରୁରୀକାଳୀନ ସେବା ବ୍ୟତୀତ ସମସ୍ତ ସରକାରୀ, ବେସରକାରୀ ଦପ୍ତର, ସ୍କୁଲ, କଲେଜ, ଗାଡିମୋଟର ବନ୍ଦ ରହିବ। ଏ ନେଇ ବଜରଙ୍ଗ ଦଳର ବରଗଡ଼ ଜିଲା ସଂଯୋଜକ ସଞ୍ଜୀବ କୁମାର ମେହେର ସୂଚନା ଦେଇଛନ୍ତି।

ଏହି ପରିପ୍ରେକ୍ଷୀରେ ଶନିବାର ପୂର୍ବାହ୍ନ ୧୦ଟାରେ ବରଗଡ଼ ଅଗ୍ରଗାମୀ ଯୁବକ ସଂଘ ପରିସରରେ ବୈଠକ ହୋଇଥିଲା। ବଜରଙ୍ଗ ଦଳର ଆହ୍ବାନକ୍ରମେ ଅନୁଷ୍ଠିତ ଏହି ବୈଠକରେ ବିଶ୍ୱ ହିନ୍ଦୁ ପରିଷଦ ସମେତ ବିଭିନ୍ନ ଅନୁଷ୍ଠାନର ପ୍ରତିନିଧିମାନେ ଉପସ୍ଥିତ ଥିଲେ। ଜିଲାରେ ଅନୁପ୍ରବେଶକାରୀଙ୍କ ସଂଖ୍ୟା ବଢ଼ିବା ସହିତ ନିଶା କାରବାର, ଅପରାଧ ବୃଦ୍ଧି ଚିନ୍ତାଜନକ ହୋଇ ପଡ଼ିଛି ବୋଲି ବୈଠକରେ ସମସ୍ତେ ଉଦ୍‌ବେଗଡ଼ ପ୍ରକାଶ କରିଥିଲେ। ଏବଂ ଏହାର ପ୍ରତିବାଦରେ ଆସନ୍ତା ୧୫ତାରିଖ ବରଗଡ଼ ଜିଲାରେ ୧୨ଘଣ୍ଟିଆ ବନ୍ଦ ପାଳନ ପାଇଁ ନିଷ୍ପତ୍ତି ନିଆଯାଇଥିଲା।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL