ଓଡ଼ିଶା

ବିଲ ମଝିରୁ ଅଧାପୋଡା ମୃତଦେହ ଜବତ

ଭଦ୍ରକ: ଭଦ୍ରକ ଜିଲ୍ଲାରେ ବିଲ ମଝିରୁ ମିଳିଲା ଅଧାପୋଡା ମୃତଦେହ । ମୃତଦେହ ଜବର କରି ତଦନ୍ତ କରୁଛି ପୁଲିସ ।
ରାଜ୍ୟରେ ଦିନକୁ ଦିନ ବଢୁଥିବା ଅପରାଧ ପୁଲିସ ପାଇଁ ମୁଣ୍ଡବିନ୍ଧ ସାଜୁଛି । କିନ୍ତୁ ଅପରାଧ କମିବା ବଦଳରେ ବଢ଼ିବାରେ ଲାଗିଛି । ଏହାରି ଭିତରେ ଭଦ୍ରକ ଜିଲ୍ଲାରୁ ଆଉ ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ସାମ୍ନାକୁ ଆସିଛି । ଭଦ୍ରକ ଜିଲ୍ଲାରେ ବିଲ ମଝିରୁ ଅଧାପୋଡା ମୃତଦେହ ମିଳିଛି । ମୃତଦେହକୁ ପୁଲିସ ଠାବ କରି ନେଇଛି । ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ଅସୁର ଗାଁରୁ ଅଧାପୋଡା ମୃତଦେହ ମିଳିଛି । ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିନାହିଁ । ଗ୍ରାମାଞ୍ଚଳ ଥାନା ପୁଲିସ ଶବ ଜବତ କରି ତଦନ୍ତ କରୁଛି ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL