ଓଡ଼ିଶା

୯୫୨ କୋଟି ବ୍ୟୟରେ ହେବ ଜୟଦେବ ବିହାର-ନନ୍ଦନକାନନ ଫ୍ଲାଏ ଓଭର, କମିବ ଟ୍ରାଫିକ ଯନ୍ତ୍ରଣା

ଭୁବନେଶ୍ବର: ଜୟଦେବ ବିହାରରୁ ନନ୍ଦନକାନନ ରାସ୍ତାରୁ ହଟିବ ଭିଡ । ଏନେଇ ୯୫୨ କୋଟି ଟଙ୍କାର ଫ୍ଲାଏ ଓଭର ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ପୂର୍ତ୍ତ ବିଭାଗର ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପ ଶୁଭାରମ୍ଭ କରିଛନ୍ତି । ଜୟଦେବ ବିହାରରୁ ନନ୍ଦନକାନନ ପର୍ଯ୍ୟନ୍ତ ୯୫୨ କୋଟି ଟଙ୍କା ବ୍ୟୟ ଅଟକଳରେ ଏକ ନୂଆ ଏଲିଭେଟେଡ୍ କରିଡରର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଜୟଦେବ ବିହାର ଛକ, କଳିଙ୍ଗ ହସ୍ପିଟାଲ ଛକ, ଡମଣା ଛକ ଓ କିଟ୍ ଛକରେ ଚାରିଟି ଫ୍ଲାଏ-ଓଭର ନିର୍ମାଣ କରାଯିବ । ଏହାଦ୍ବାରା ଏହି ଗହଳିପୂର୍ଣ୍ଣ ସଡକରେ ଟ୍ରାଫିକ ବ୍ୟବସ୍ଥାରେ ଉନ୍ନତି ଆସିବ ଏବଂ ଜନସାଧାରଣ କମ୍ ସମୟ ମଧ୍ୟରେ ସୁବିଧାରେ ଯିବାଆସିବା କରିପାରିବେ ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL