ଅନୁଗୁଳ: ଅନୁଗୁଳ ଜିଲ୍ଲାର ବନ୍ତଳା ଅଞ୍ଚଳରେ ଗୁରୁବାର ଦିନ ଏକ ହାତୀ କଞ୍ଚା ବୋମା ଚୋବାଇ ଦେବା ପରେ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି। ବନ୍ତଳା ରେଞ୍ଜ ଅନ୍ତର୍ଗତ ବାଲୁକାଟା ଗ୍ରାମର ପଥରଗଡ଼ା ସାହି ନିକଟରେ ଏହି ଘଟଣା ଘଟିଛି।
ସ୍ଥାନୀୟ ଲୋକଙ୍କଠାରୁ ସୂଚନା ପାଇବା ପରେ ବନ ବିଭାଗ ଅଧିକାରୀମାନେ ଆହତ ଅଣ୍ଡିରା ହାତୀର ଚିକିତ୍ସା ଆରମ୍ଭ କରିଛନ୍ତି। ଯାହାର ବୟସ ପ୍ରାୟ ଛଅରୁ ସାତ ବର୍ଷ ବୋଲି କୁହାଯାଉଛି।ତେବେ ବନ୍ୟପ୍ରାଣୀ ଶିକାର ପାଇଁ ଜଙ୍ଗଲରେ ବେଆଇନ ଭାବରେ ରଖାଯାଇଥିବା ଏକ କଞ୍ଚା ବୋମାକୁ ହାତୀଟି ଭୁଲବଶତଃ ଚୋବାଇ ଖାଇଥିବା ସନ୍ଦେହ କରାଯାଉଛି।








