ଜାତୀୟ

ଭାରତ କିଣିବ ୧୧୪ଟି ଯୁଦ୍ଧ ବିମାନ

ଭୁବନେଶ୍ୱର : ବାୟୁସେନାରେ ‘ରାଫେଲ୍’ ଯୁଗ! । ଭାରତ କିଣିବ ଆଉ ୧୧୪ଟି ‘ରାଫେଲ୍’ ଯୁଦ୍ଧ ବିମାନ । ୩.୨୫ ଲକ୍ଷ କୋଟି ଟଙ୍କାର ମେଗା ଡିଲ୍ ପାଇଁ ପ୍ରସ୍ତୁତି । ଭାରତୀୟ ବାୟୁସେନାରେ ଦୀର୍ଘ ଦିନ ଧରି ଖାଲି ପଡ଼ିଥିବା ଯୁଦ୍ଧ ବିମାନର ସଂଖ୍ୟାକୁ ପୂରଣ କରିବା ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ ଏବେ ‘ମଲ୍ଟି ରୋଲ୍ କମ୍ବାଟ୍ ଏୟାରକ୍ରାଫ୍ଟ’ (MRFA) ପ୍ରକଳ୍ପ ଅଧୀନରେ ୧୧୪ଟି ରାଫେଲ୍ ଯୁଦ୍ଧ ବିମାନ କିଣିବାକୁ ପ୍ରକ୍ରିୟା ଆରମ୍ଭ କରିଛି । ଏହି ସପ୍ତାହରେ ହେବାକୁ ଥିବା ଉଚ୍ଚସ୍ତରୀୟ ବୈଠକରେ ‘ଆକ୍ସେପ୍ଟାନ୍ସ ଅଫ୍ ନେସେସିଟି’ (acceptance of necessity ) ବା କ୍ରୟର ଆବଶ୍ୟକତା ଉପରେ ମୋହର ବାଜିପାରେ। ଏହାପରେ ଫ୍ରାନ୍ସ ସରକାରଙ୍କ ସହ ମୂଲ୍ୟ ଏବଂ ସର୍ତ୍ତାବଳୀ ଉପରେ ଆଲୋଚନା ଚୂଡ଼ାନ୍ତ ହେବ। ତେବେ ଏହି ଚୁକ୍ତି କାହିଁକି ଗୁରୁତ୍ୱପୂର୍ଣ୍ଣ?ପ୍ରଥମ ହେଉଛି ଯୁଦ୍ଧ ବିମାନର ଅଭାବ ।

ବର୍ତ୍ତମାନ ଭାରତୀୟ ବାୟୁସେନାରେ ପୁରୁଣା ମିଗ୍-୨୧ (MiG-21) ବିମାନଗୁଡ଼ିକ ଅବସର ନେଉଛନ୍ତି । ବାୟୁସେନା ପାଇଁ ଅତିକମରେ ୪୨ଟି ସ୍କ୍ୱାଡ୍ରନ୍ (Squadrons) ଆବଶ୍ୟକ ହେଉଥିବା ବେଳେ ଏବେ ମାତ୍ର ୩୧-୩୨ଟି ସ୍କ୍ୱାଡ୍ରନ୍ ଅଛି । ଏହି ଅଭାବକୁ ଦୂର କରିବା ପାଇଁ ୧୧୪ଟି ନୂଆ ବିମାନ ଅତ୍ୟନ୍ତ ଜରୁରୀ । ସେହିପରି ମଜଭୁତ ସୁରକ୍ଷା । ପୂର୍ବରୁ ଆସିଥିବା ୩୬ଟି ରାଫେଲ୍ ବିମାନ ନିଜର ଶକ୍ତି ପ୍ରମାଣିତ କରିସାରିଛି । ତେଣୁ ବାୟୁସେନା ପୁଣିଥରେ ଏହି ବିମାନ ଉପରେ ଭରସା ପ୍ରକଟ କରିଛି । ଦ୍ବିତୀୟ କାରଣ ହେଉଛି. ‘ମେକ୍ ଇନ୍ ଇଣ୍ଡିଆ’ ଉପରେ ଜୋର୍ ।

ରିପୋର୍ଟ ଅନୁଯାୟୀ, ଏହି ଚୁକ୍ତିରେ ‘ମେକ୍ ଇନ୍ ଇଣ୍ଡିଆ’ କୁ ଗୁରୁତ୍ୱ ଦିଆଯିବ । ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ବିମାନ ସିଧାସଳଖ ଫ୍ରାନ୍ସରୁ ଆସିପାରେ । କିନ୍ତୁ ବାକି ବିମାନଗୁଡ଼ିକ ଭାରତରେ ଜଣେ ସ୍ଥାନୀୟ ସହଯୋଗୀଙ୍କ ସହିତ ମିଳିତ ଭାବେ ନିର୍ମାଣ କରାଯିବ । ଏହାଦ୍ୱାରା ଭାରତର ପ୍ରତିରକ୍ଷା ଶିଳ୍ପ ମଜଭୁତ ହେବା ସହ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ତୃତୀୟରେ ରାଫେଲ୍ ର ସ୍ୱତନ୍ତ୍ରତା । ଏହି ବିମାନ ଏକା ସାଙ୍ଗରେ ଆକାଶରୁ ଆକାଶ ଏବଂ ଆକାଶରୁ ଭୂମିକୁ ଆକ୍ରମଣ କରିପାରେ । ଏଥିରେ ଲାଗିଥିବା ‘ମିଟିଅର୍’ (Meteor) ମିସାଇଲ୍ ପ୍ରାୟ ୧୫୦ କିଲୋମିଟର ଦୂରରୁ ଶତ୍ରୁ ବିମାନକୁ ଧ୍ୱଂସ କରିପାରେ । ଏହା ପରମାଣୁ ଅସ୍ତ୍ର ବହନ କରିବାରେ ମଧ୍ୟ ସକ୍ଷମ । ଚୀନ୍ ସହିତ ସୀମା ବିବାଦ ଜାରି ରହିଥିବା ସମୟରେ ଏତେ ବଡ଼ ସଂଖ୍ୟାରେ ରାଫେଲ୍ ବିମାନ ସାମିଲ ହେବା ଭାରତୀୟ ସେନା ପାଇଁ ଏକ ବଡ଼ ‘ଗେମ୍ ଚେଞ୍ଜର’ ହେବ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL