ଭୁବନେଶ୍ବର: ତିନିଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କୋଲକାତାରେ ନିବେଶକ ସମ୍ମିଳନୀରେ ଯୋଗଦେବାକୁ ଗୁରୁବାର ପଶ୍ଚିମବଙ୍ଗ ଯାତ୍ରା କରିଛନ୍ତି ମୁଖ୍ୟମନ୍ତ୍ରୀ । ୧୮ ତାରିଖ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ସେଠାରେ ରହିବେ । ଶୁକ୍ରବାର ଓ ଶନିବାର ଦୁଇ ଦିନ ଧରି କୋଲକତାର ‘ସୋନାର ବାଂଲା’ରେ ନିବେଶକ ସମ୍ମିଳନୀ ଚାଲିବ ।
ଏହି ଦୁଇ ଦିନରେ ୩ଟି ୱାନ୍ ଟୁ ୱାନ୍ ମିଟିଂ ହେବ । ଏଥିରେ ମୁଖ୍ୟମନ୍ତ୍ରୀ ଶିଳ୍ପପତି ଓ ନିବେଶକମାନଙ୍କ ସହ ଜଣ ଜଣ କରି କଥା ହେବେ । ସମ୍ମିଳନୀରେ ଉପସ୍ଥିତ ସମସ୍ତ ପୁଞ୍ଜିପତି, ଶିଳ୍ପପତି ଓ ନିବେଶକଙ୍କୁ ଉଦବୋଧନ ଦେବେ । ଶନିବାର ନିବେଶକ ସମ୍ମିଳନୀ ଶେଷ କରି ଓଡ଼ିଶା ଫେରିବେ ବୋଲି ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି । ଏହି ସମ୍ମିଳନୀରେ ରାଜ୍ୟକୁ ଆହୁରି ଅଧିକ ନିବେଶ ଆସିବ ବୋଲି କୁହାଯାଉଛି ।







