ଓଡ଼ିଶା

ମହାନଦୀରେ କୁମ୍ଭୀର, ନଦୀ କୂଳିଆ ଲୋକଙ୍କୁ ସତର୍କ ସୂଚନା

ବାରଙ୍ଗ : ମହାନଦୀରେ କୁମ୍ଭୀର । ମୁଣ୍ଡଳୀ ବ୍ୟାରେଜ ନିକଟ ମହାନଦୀରେ ବିଶାଳକାୟ କୁମ୍ଭୀର । ମହାନଦୀ ମଝିରେ ଥିବା ଟାପୁ ଉପରେ କୁମ୍ଭୀର ଶୋଇ ରହିଥିବାର ଦେଖିବାକୁ ମିଳିଛି । କୁମ୍ଭୀର ଦେଖିବାକୁ ମୁଣ୍ଡଳୀ ବ୍ୟାରେଜ ଉପରେ ନାହିଁନଥିବା ଭିଡ଼ । ଏହା ଏକ ଥଣ୍ଟିଆ କୁମ୍ଭୀର ବୋଲି ବନ ବିଭାଗ ଅନୁମାନ କରୁଛି । ଶୀତ ଦିନ ଥିବାରୁ ଖରା ଖାଇବାକୁ ବାଲି ଉପରକୁ ଚାଲି ଆସିଥିବା ବନ ବିଭାଗ କହିଛି । ଭଗିପୁର ବନ ବିଭାଗ ପକ୍ଷରୁ କର୍ମଚାରୀଙ୍କୁ ନଦୀ କୂଳରେ ନିୟୋଜିତ କରାଯାଇଛି । ସେପଟେ ନଦୀ କୂଳିଆ ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ନଦୀ ମଧ୍ୟକୁ ପ୍ରବେଶ ଉପରେ ବାରଣ କରାଯାଇଛି ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL