ଓଡ଼ିଶା

ଚିପ୍ସ ପ୍ୟାକେଟ ଯୋଗୁଁ ଗଲା ଆଉ ଏକ ଶିଶୁର ଜୀବନ

ବେଗୁନିଆ : ବଜାରରେ ମିଳୁଥିବା ପିଲାଙ୍କ ଚିପ୍ସ ପ୍ୟାକେଟକୁ ନେଇ ସମ୍ବଳପୁରରେ ଜଣେ ପିଲାର ଜୀବନ ଯାଇଥିବା ବେଳେ ଆଜି ଖୋର୍ଦ୍ଧା ଜିଲ୍ଲା ବେଗୁନିଆରେ ଆଉ ଏକ ଘଟଣା ଦେଖିବାକୁ ମିଳିଛି ।  ଚିପ୍ସ ପ୍ୟାକେଟ ପାଇଁ କୋମଳମତି ବାଳକର ଜୀବନ ଚାଲି ଯାଇଥିବା ଜଣାପଡିଛି । ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି ଖୋର୍ଦ୍ଧାଜିଲା ବେଗୁନିଆବ୍ଲକ ହଜ ପଞ୍ଚାୟତ ନିଧିପୁର ଗ୍ରାମରେ । ନିଧିପୁର ଗାଁର ଅଭୟ ପାଇକରାୟଙ୍କ ୬ବର୍ଷ ବୟସ୍କ ଏକମାତ୍ର ବଜାରରେ ବିକ୍ରି ହେଉଥିବା ଚିପ୍ସ ଖାଇ ମୃତ୍ୟୁ ବରଣ କରିଥିବା ସୂଚନା ମିଳିଛି ।

ସୂଚନା ଅନୁଯାୟୀ ଗତକାଲି ସନ୍ଧ୍ୟାରେ ତାପସ ଗାଁ ଦୋକାନରୁ ଏକ ଚିପ୍ସ ପ୍ୟାକେଟ ଆଣି ସେଥିରୁ ଥିବା ଏକ ଖେଳନା ବେଲୁନକୁ ପାଟିରେ ଫୁଙ୍କିଥିଲା ହେଲେ ଏହି ବେଲୁନଟି ପିଲାର ଶ୍ୱାସନାଳିରେ ପଶି ରହିଯାଇଥିଲା l ତେବେ ନିଶ୍ୱାସ ନେବାରେ କଷ୍ଟ ହେବାରୁ ପରିବାର ଲୋକ ତାକୁ ନିକଟସ୍ଥ ଡାକ୍ତଖାନାକୁ ନେଇଥିଲେ ପରେ ଅବସ୍ଥା ଗୁରୁତର ହେବାରୁ ଖୋର୍ଦ୍ଧା ଡାକ୍ତଖାନା ନେଇଥିଲେ ହେଲେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ l ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳ ରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି l

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL