ଭୁବନେଶ୍ବର: ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା । ଚିକିତ୍ସା ନମିଳିବାରୁ ଡାକ୍ତରଙ୍କୁ ଆକ୍ରମଣ ଅଭିଯୋଗ । କ୍ୟାପିଟାଲ ହସ୍ପିଟାଲରେ ଡାକ୍ତର ଓ ଆଟେଣ୍ଡାଣ୍ଟଙ୍କୁ ରୋଗୀଙ୍କ ଆକ୍ରମଣ ।
ଅର୍ଥୋପେଡ଼ିକ ଡାକ୍ତରଙ୍କୁ ଦେଖାଇବାକୁ ଆସିଥିଲେ ରୋଗୀ । ସମୟ ହୋଇଯାଇଥିବାରୁ କାଜୁଆଲିଟି ଯିବାକୁ କହିଥିଲେ । ଚିକିତ୍ସା ନପାଇବାରୁ ଉତ୍ତେଜିତ ହୋଇ ଡାକ୍ତରଙ୍କୁ ଆକ୍ରମଣ ଅଭିଯୋଗ । ରୋଗୀଙ୍କ ଆକ୍ରମଣରେ ଡାକ୍ତରଙ୍କ ହାତ ଭାଙ୍ଗିବା ସହ ଆଟେଣ୍ଡାଣ୍ଟ ଆହତ ।







