ଓଡ଼ିଶା

ଦଳ ବିରୋଧୀ କାର୍ଯ୍ୟକଳାପ ଯୋଗୁଁ ବିଜେଡିରୁ ଗଣେଶ୍ବର ବରାଳ ନିଲମ୍ବିତ

ଭୁବନେଶ୍ୱର: ବିଜେଡିରୁ ପୁଣି ଜଣେ ନେତାଙ୍କୁ ନିଲମ୍ବିତ କରାଯାଇଛି । ସେ ହେଲେ ଯାଜପୁର ଜିଲ୍ଲା ପରିଷଦ ଉପସଭାପତି ଗଣେଶ୍ବର ବରାଳ। ଦଳବିରୋଧୀ କାର୍ଯ୍ୟକଳାପ ଯୋଗୁଁ ତାଙ୍କୁ ବିଜେଡିରୁ ନିଲମ୍ବନ କରାଯାଇଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ନିଲମ୍ବନ କରାଯାଇଥିବା ସୂଚନା ମିଳିଛି। ବିଜେଡି ଉପସଭାପତି ପ୍ରତାପ ଜେନା ଏନେଇ ସୂଚନା ଦେଇଛନ୍ତି ।

ସେହିପରି ଗତକାଲି ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର ଓ ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ ନିଲମ୍ବିତ ହୋଇଥିଲେ । ଦଳ ବିରୋଧୀ କାର୍ଯ୍ୟ ପାଇଁ ଅରବିନ୍ଦ ମହାପାତ୍ର ଓ ସନାତନ ମହାକୁଡ଼ଙ୍କୁ ବିଜେଡିରୁ ସସପେଣ୍ଡ କରିଛନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ । ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ପ୍ରଥମ ଥର ବିଜେଡି ଟିକେଟରେ ନିର୍ବାଚିତ ହୋଇଥିଲେ । ସେହିପରି ୨୦୧୪ରେ ସନାତନ ମହାକୁଡ଼ ଚମ୍ପୁଆ ଆସନରୁ ସ୍ବାଧୀନ ଭାବେ ଓ ୨୦୨୪ରେ ବିଜେଡି ଟିକେଟରେ ନିର୍ବାଚିତ ହୋଇଥିଲେ । ତେବେ ଦଳ ବିରୋଧୀ କାର‌୍ୟ୍ୟ ପାଇଁ ଏହି ଦୁଇ ବିଧାୟକଙ୍କୁ ନିଲମ୍ବନ କରାଯାଇଛି ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL