ଜାତୀୟ

SIR ବିରୋଧରେ ପଶ୍ଚିମବଙ୍ଗରେ ହିଂସାତ୍ମକ ପ୍ରଦର୍ଶନ, ବିଡିଓ ଅଫିସରେ ଭଙ୍ଗାରୁଜା

ପଶ୍ଚିମବଙ୍ଗ : ପଶ୍ଚିମବଙ୍ଗରେ ଏସଆଇଆର ବିରୋଧରେ ପ୍ରଦର୍ଶନ ଜାରି ରହିଛି । ନର୍ଥ ଦିନାଜପୁରର ଚାକୁଲିୟାରେ ଗୁସ୍ସାଇରେ ବିଡିଓ ଅଫିସରେ ଭଙ୍ଗାରୁଜା କରିବା ସହିତ ନିଆଁ ଲଗାଇ ଦେଇଛନ୍ତି । ଏହି ଭଙ୍ଗାରୁଜା ଫଳରେ ପ୍ରାୟ ୨୦ ଲକ୍ଷ ଟଙ୍କାର ସରକାରୀ ଜିନିଷ ନଷ୍ଟ ହୋଇଯାଇଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣରେ ଆଣିଛି । ଘଟଣାରେ ଚାକୁଲିଆ ଥାନାର ଇନଚାର୍ଜ ଆହତ ହୋଇଛନ୍ତି । ପ୍ରବଳ ହଟ୍ଟଗୋଳ ପରେ ସ୍ଥାନୀୟ ଅଞ୍ଚଳରେ ଫୋର୍ସ ନିୟୋଜିତ ରହିଛି । ପୋଲିସ ଏହି ମାମଲାରେ ଏଫଆଇଆର ଦାୟର ହେବା ସହିତ ୧୦ ଜଣଙ୍କୁ ଅଟକ ରଖିଯାଇଛି ।

ଖବର ମୁତାବକ, ନର୍ଥ ଦିନାଜପୁରର ଚାକୁଲିୟାରେ ଗୁସ୍ସାଇରେ ବିଡିଓ ଅଫିସରେ ଭଙ୍ଗାରୁଜା କରିବା ସହିତ ନିଆଁ ଲଗାଇ ଦେଇଛନ୍ତି । ଉପଦ୍ରବକାରୀ ବିଡିଓ ଅଫିସରେ ଭଙ୍ଗାରୁଜା କରିବା ସହିତ ନିଆଁ ଲଗାଇଦେଇଛନ୍ତି । ସରକାରୀ ସଂପତ୍ତି ନଷ୍ଟ ହେବା ସହିତ ସରକାରୀ ଅଧିକାରୀ ଆହତ ହୋଇଛନ୍ତି । ଚକୁଲିୟା ପୋଲିସ ଷ୍ଟେସନରେ ଏଫଆଇ ଦାୟର ହୋଇ ୧୦ ଜଣଙ୍କୁ ଅଟକ ରଖାଯାଇଛି ।

ବିଡିଓ ଅଫିସ ଭିତରେ ଭଙ୍ଗାରୁଜା ସହିତ କମ୍ପ୍ୟୁଟର, ଫାଇଲ, ଆସବାବପତ୍ରରେ ନିଆଁ ଲଗାଇଛନ୍ତି ପ୍ରତିବାଦକାରୀ । ଭିଡିଓ ଅଫିସ ସାମ୍ନାରେ ଟାୟାର ଜାଳି ନିଆଁ ଲଗାଇ ବାଟ ବନ୍ଦ କରିଦେଇଛନ୍ତି । ତେବେ ଘଟଣାରେ ବିଜେପି ନେତା ସୁକାନ୍ତ ମଜୁମଦାର ଅଭିଯୋଗ ଲଗାଇଛନ୍ତି କି, ଯେଉଁ ଅଞ୍ଚଳରେ ଏସଆଇଆରକୁ ନେଇ ବିରୋଧ ହେଉଛି, ସେ ଅଞ୍ଚଳ ମୁସଲିମ ଅଞ୍ଚଳ । ତେଣୁ ଟିଏମସି ବିଧାୟକ ଲୋକଙ୍କୁ ଉସୁକାଇବାକୁ ଚେଷ୍ଟା କରୁଛନ୍ତି । ସେମାନେ ପଶ୍ଚିମବଙ୍ଗରେ ଏସଆଇଆର ସଠିକ୍ କାମ ନ ହେଉ ସେଥିପାଇଁ ଚେଷ୍ଟା କରୁଛନ୍ତି ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL