ଓଡ଼ିଶା

୬ ଡକାୟତଙ୍କୁ କାବୁ କଲା ଜିଆରପି

ଭୁବନେଶ୍ବର: ଦିନରେ ଦୋକାନୀ, ରାତିରେ ଡକାୟତି ।  ରେଳ ଷ୍ଟେସନ ପାଖରୁ ୬ଜଣ ଅଭିଯୁକ୍ତଙ୍କୁ କାବୁ କଲା ଜିଆରପି ।  ଅଭିଯୁକ୍ତମାନେ ରେଳ ଯାତ୍ରୀଙ୍କୁ ଟାର୍ଗେଟ କରୁଥିଲେ ।  ସୁବିଧା ଓ ମୌକା ଦେଖି ଲୁଟପାଟ କରୁଥିଲେ ।  ଏଭଳି ଡକାୟତି କରୁଥିବା ଛଅ ଜଣଙ୍କୁ ଗିରଫ କରିଛି ଭୁବନେଶ୍ୱର ଜିଆରପି ।  ସେମାନଙ୍କ ଠାରୁ ଭୁଜାଲି ଛୁରି,ସ୍କ୍ରୁ ଡ୍ରାଇଭର ସମେତ ବନ୍ଧୁକ ଓ ଗୁଳି ମଧ୍ୟ ଜବତ କରିଛି ଜିଆରପି ଥାନା ପୋଲିସ ।

ଭୁବନେଶ୍ୱର ଷ୍ଟେସନ ପାଖାପାଖି ଏଭଳି ଡକାୟତି ଉଦ୍ୟମ ଖବର ପାଇ ରେଡ ବେଳେ ଜିଆରପି ପୋଲିସ ଉପରକୁ ଫାୟାରି ପାଇଁ ଉଦ୍ୟମ କରିଥିଲେ ।  ଏଭଳି ୬ ଜଣ ଡକାୟତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।  ଷ୍ଟେସନ ପାଖାପାଖି ଛୋଟମୋଟ ଦୋକାନ ଖୋଲି ଦିନ ବେଳା ବେପାର ରାତି ବେଳା ଏଭଳି ଡକାୟତି କରୁଥିଲେ ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL