କଟକ : ବାଣ ଭିଡୁ ଭିଡୁ ଅଘଟଣ। କଟକ ଖଲର୍ଧା ଅଞ୍ଚଳରେ ଭୟଙ୍କର ବିସ୍ଫୋରଣ । ଧମାକାରେ ଉଡ଼ିଗଲା ଘର । ପୋଡ଼ିହୋଇ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଆହତ ହୋଇଥିବା ସୂଚନା ମିଳିଛି । ଘଟଣା ସ୍ଥଳରେ କଟକ ସଦର ଥାନା ପୋଲିସ ଏବଂ ଅଗ୍ନିଶମ ବାହିନୀ ପହଁଚି ମୃତକଙ୍କୁ କଟକ ଏସିବିକୁ ସ୍ଥାନାନ୍ତର କରିଥିଲା । ବେଆଇନ ଭାବରେ ବାଣ ବ୍ୟବସାୟ ଚାଲିଥିଲା ବୋଲି ସୂଚନା ମିଳିଛି ।
ବିସ୍ପୋରଣର ମାତ୍ର ଏତେ ଅଧିକ ଥିଲା ଯେ ଆଖ ପାଖ ଅଞ୍ଚଳ ଦୋହଲି ଯାଇଥିଲା । ଖଲର୍ଧା ଗ୍ରାମର ବୈକୁଣ୍ଠ ସାମଲଙ୍କ ଘରେ ଚାଲିଥିଲା ଏହି ବେଆଇନ ବାଣ ଭିଡା ଓ ବାଣ ବ୍ୟବସାୟ । ବହୁ ବର୍ଷ ଧରି ଏଠି ବାଣ ଭିଡା ହେବା ସହ ବ୍ୟବସାୟ ଚାଲିଥିଲା ବୋଲି ଅଭିଯୋଗ ହୋଇଛି । ଆଜି ବାଣ ବିସ୍ପୋରଣ ଘଟି ଖଲର୍ଧା ଗ୍ରାମର ସୁରେଶ ଭୋଇ (52) ଙ୍କର ମୃତ୍ୟୁ ଘଟିଛି । ବିସ୍ପୋରଣର ତୀବ୍ରତା ଏତେ ଅଧିକ ଥିଲା ଯେ ଆଖ ପାଖ ଲୋକଙ୍କ ଘରର କାଚ ଝରକା ଭାଙ୍ଗି ଯାଇଥିଲା ।









