ଭୁବନେଶ୍ୱର: ରାଜ୍ୟରେ ବେଆଇନ ବାଲି, ପଥର କାରବାର ଓ ପରିବହନ କରୁଥିବା ମାଫିଆମାନଙ୍କୁ କଡା ଚେତାବନି ଦେଇଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା । ଯେଉଁମାନେ ସରକାରୀ ରାଜସ୍ୱ ହରିଲୁଟ୍ କରି ‘ଦୁଇ ନମ୍ବର’ ବ୍ୟବସାୟ କରୁଛନ୍ତି, ସେମାନଙ୍କ ବିରୋଧରେ କେବଳ ପୋଲିସ ନୁହେଁ, ବରଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ସେ ସ୍ପଷ୍ଟ ଭାବେ କହିଛନ୍ତି ।
ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା କହିଛନ୍ତି ଯେ, ସରକାର କୌଣସି ନୂଆ ନିୟମ କରିନାହାଁନ୍ତି, ବରଂ ପୁରୁଣା ନିୟମକୁ କଡ଼ାକଡ଼ି ପାଳନ କରାଯାଉଛି । ବେଆଇନ ଭାବେ ବାଲି ବୋହୁଥିବା ଟ୍ରକ୍ ଏବଂ ବିନା ପରମିଟ୍ରେ ଚାଲୁଥିବା ଗାଡ଼ି ବିରୋଧରେ ଅଭିଯାନ ଜାରି ରହିବ । ବଡ଼ ଧରଣର ଆର୍ଥିକ ହେରଫେର ହୋଇଥିବାରୁ ଏଥିରେ କେନ୍ଦ୍ରୀୟ ଏଜେନ୍ସିର ସହାୟତା ନିଆଯାଉଛି ।








