ଜାତୀୟ

ଚିଲ୍ଲିରେ ଜଙ୍ଗଲ ନିଆଁ, ୧୯ ଜୀବନ ଯିବା ପରେ ଏମରଜେନ୍ସୀ ଘୋଷଣା

ଚିଲ୍ଲି : ଦକ୍ଷିଣ ଆଫ୍ରିକା ଚିଲ୍ଲି ଙ୍ଗଲରେ ଭୟଙ୍କର ନିଆଁ ଲାଗିଛି । ଫଳରେ ଏମରଜେନ୍ସୀ ଘୋଷଣା କରାଯାଇଛି । ନିଆଁ ଅନିୟନ୍ତ୍ରିତ ହୋଇ ଦକ୍ଷିଣ ଚିଲ୍ଲି ସମୁଦାୟ ଜାଳିପୋଡ଼ି ପାଉଁଶ କରିଦେଇଛି । ଜଙ୍ଗଲରେ ଆଖପାଖ ଅଞ୍ଚଳରେ ନିଆଁ ଲାଗି ସବୁ ପାଉଁଶ ହୋଇଛି । ନିଆଁରେ ଅତି କମରେ ୧୯ ଜଣଙ୍କ ଜୀବନ ଚାଲିଯାଇଛି ।

ଚିଲ୍ଲିର ରାଜଧାନୀ ସେଣ୍ଟିଯୋଗରେ ପ୍ରାୟ ପାଖାପାଖି ୫୦୦ କିମି ଦୂର ଦକ୍ଷିଣ ନୁବଲ ଏବଂ ବାୟୋବିୟୋଗ ଅଞ୍ଚଳରେ ଜୋରେ ପବନ ଯୋଗୁଁ ନିଆଁ ଚାରିଆଡେ ବ୍ୟାପିବାରେ ଲାଗିଛି । ନିଆଁ ଯୋଗୁଁ ପ୍ରାୟ ୫୦ ହଜାରୁ ଅଧିକ ଲୋକଙ୍କୁ ବିସ୍ଥାପତି କରାଯାଇଛି ।

ଘଟଣା ପରେ ଘର ଜଳୁଥିବା ସହ କାର, ଟ୍ରକ ଜଳୁଥିବା ଦେଖିବାକୁ ମିଳିଛି । ପୁରା ସହର ଖାଲି ଖାଲି ଦେଖିବାକୁ ମିଳିଛି । କର୍ଫ୍ୟୁ ପରେ ବିଭିନ୍ନ ସ୍ଥାନରେ ସୈନିକ ଏବଂ ଉଦ୍ଧାକାରୀ ଦଳ ନିଆଁ ଲିଭାଇବା ସହିତ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL