ଜାତୀୟ

ସ୍ପେନରେ ରେଳ ଦୁର୍ଘଟଣା: ୩୯ ମୃତ

ସ୍ପେନ : ସ୍ପେନରେ ଦୁଇ ହାଇସ୍ପିଡ୍ ଟ୍ରେନ୍ ମୁହାଁମୁହିଁ ଧକ୍କା ହେବା ଫଳରେ ବଢିଚାଲିଛି ମୃତକଙ୍କ ସଂଖ୍ୟା । ୩୯ ମୃତ, ୧୫୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ସ୍ପେନର କୋର୍ଡୋବା ପ୍ରଦେଶରେ ଘଟିଛି ଏହି ରେଳ ଦୁର୍ଘଟଣା । ଦୁଇଟି ଦ୍ରୁତଗାମୀ ଯାତ୍ରୀବାହୀ ଟ୍ରେନ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୩୯ ଜଣଙ୍କର ମୃତ୍ୟୁ ହୋଇଛି । ଏହା ସହ ବେଳେ ୧୫୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ୨୦ ଜଣଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିବାରୁ ମୃତ୍ୟୁସଂଖ୍ୟା ବଢ଼ିବାର ଆଶଙ୍କା କରାଯାଉଛି ।

କାଲି ସଂଧ୍ୟାରେ ଆଡାମୁଜ୍ ଷ୍ଟେସନ ନିକଟରେ ଏହି ଦୁର୍ଘଟଣା ଘଟିଥିଲା । ମାଲାଗାରୁ ମାଡ୍ରିଡ୍ ଅଭିମୁଖେ ଯାଉଥିବା ଏକ ଟ୍ରେନ୍ ଯାନ୍ତ୍ରିକ ତ୍ରୁଟି କାରଣରୁ ଟ୍ରାକ୍ ବଦଳାଇ ପାଖ ଲାଇନକୁ ଚାଲିଯାଇଥିଲା । ସେହି ସମୟରେ ବିପରୀତ ଦିଗରୁ ଆସୁଥିବା ଅନ୍ୟ ଏକ ଦ୍ରୁତଗାମୀ ଟ୍ରେନ୍ ସହିତ ଧକ୍କା ହୋଇଥିଲା । ଧକ୍କା ଏତେ ଭୟଙ୍କର ଥିଲା ଯେ ଉଭୟ ଟ୍ରେନର ପ୍ରଥମ ତିନୋଟି ବଗି ସମ୍ପୂର୍ଣ୍ଣ ଭାବେ ଚୁରମାର ହୋଇଯାଇଛି । ଦୁର୍ଘଟଣା ପରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା ।

ଅନ୍ଧାର ଯୋଗୁଁ ଉଦ୍ଧାର କାର୍ଯ୍ୟରେ ପ୍ରଥମେ ବାଧା ସୃଷ୍ଟି ହୋଇଥିଲା । ତେବେ ଶତାଧିକ ଅଗ୍ନିଶମ ବାହିନୀ ଓ ପୋଲିସ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଯାତ୍ରୀମାନଙ୍କୁ ବାହାର କରିଥିଲେ । ଗୁରୁତର ଆହତମାନଙ୍କୁ ସାମରିକ ହେଲିକପ୍ଟର ଯୋଗେ ସ୍ଥାନୀୟ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ସ୍ପେନ୍ ପ୍ରଧାନମନ୍ତ୍ରୀ ଏହି ଘଟଣାରେ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ରେଳବାଇ ବିଭାଗ ପକ୍ଷରୁ ଏକ ଉଚ୍ଚସ୍ତରୀୟ ତଦନ୍ତ କମିଟି ଗଠନ କରାଯାଇଛି । ସିଗନାଲ୍ ତ୍ରୁଟି ନା ଚାଳକଙ୍କ ଅସାବଧାନତା ଯୋଗୁଁ ଏହି ଦୁର୍ଘଟଣା ଘଟିଲା, ତାହାର ତଦନ୍ତ କରାଯିବ ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL