ଜାତୀୟ

ନୀତିନ ନବୀନଙ୍କୁ Z କ୍ୟାଟେଗୋରୀ ସୁରକ୍ଷା ପ୍ରଦାନ

ନୂଆଦିଲ୍ଲୀ : ନୀତିନ ନବୀନ ବିଜେପିର ନୂଆ ଅଧ୍ୟକ୍ଷ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି । ଗୃହମନ୍ତ୍ରଣାଳୟ ତରଫରୁ ନୀତିନ ନବୀନଙ୍କୁ Z କ୍ୟାଟେଗୋରୀ ସୁରକ୍ଷା ପ୍ରଦାନ କରାଯାଇଛି । ଏହି ସୁରକ୍ଷା ତାଙ୍କୁ ଅଧ୍ୟକ୍ଷ ହେବା ପୂର୍ବରୁ ମିଳିଛି । ନୀତିନ ନବୀନଙ୍କ ସୁରକ୍ଷା ଦାୟିତ୍ବ ଏବେ କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ(ସିଆରପିଏଫ) କମାଣ୍ଡୋ କରିବେ ।

ଖବର ମୁତାବକ, ଏହି ନିଷ୍ପତ୍ତି ଇଣ୍ଟେଲେିଜେନ୍ସୀ ବ୍ୟୁରୋର ରିପୋର୍ଟ ଅନୁସାରେ ନିଆଯାଇଛି । ସମ୍ଭାବ୍ୟ ବିପଦକୁ ଦେଖି ଉଚ୍ଚସ୍ତରୀୟ ସୁରକ୍ଷା ସୁପାରିଶ କରାଯାଇଥିଲା । ପରେ ଗୃହ ମନ୍ତ୍ରଣାଳୟ Z କ୍ୟାଟେଗୋରୀ ସୁରକ୍ଷାକୁ ମଞ୍ଜୁରୀ ଦେଇଛି ।

ବିଜେପି ଅଧ୍ୟକ୍ଷ ହେବା ପରେ ନୀତିନ ନବୀନଙ୍କ ରାଜନୈତିକ ଗତିବିଧି ଏବଂ ସାର୍ବଜନୀନ କାର୍ଯ୍ୟକ୍ରମ ବଢିବାର ସମ୍ଭାବନା ରହିଛି । ଏଥିପାଇଁ ସୁରକ୍ଷା ଏଜେନ୍ସୀ ପୂର୍ବରୁ ଏଭଳି ପଦକ୍ଷେପ ନେଇଛି । ଗୃହ ମନ୍ତ୍ରଣାଳୟ ଏବଂ ସୁରକ୍ଷା ଏଜେନ୍ସୀ ସ୍ଥିତି ଉପର ଲଗାତାର ନଜର ରଖିଛି । ଆବଶ୍ୟକତା ପଡିଲେ ସୁରକ୍ଷା ବ୍ୟବସ୍ଥା ଆଗାମୀ ଦିନରେ ପରିବର୍ତ୍ତନ କରାଯିବ ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL