କାଲିମେଳା : ରାସ୍ତା କଡ଼ରେ ପଡ଼ିଛି ୨ଜଣ ଯୁବକଙ୍କ ମୃତଦେହ । ମୃତକଙ୍କ ପାଖରେ ପଡ଼ିଛି ବୁଲେଟ୍ । ମୃତ ଯୁବକ ହନ୍ତାଳ ସମୀର ଓ ଦୀପକ କୁମାର ଲିମା । ଏହେଉଛି ମାଲକାନଗିରି ଜିଲ୍ଲା ପଡ଼ିଆ ବ୍ଲକ ଅଞ୍ଚଳର ଦୃଶ୍ୟ । ଉଭୟ ଯୁବକ ପଡ଼ିଆ ଗାଁର ବାସିନ୍ଦା । ଘଟଣା ସ୍ଥଳରେ ପଡ଼ିଆ ଥାନା ପୋଲିସ ପକ୍ଷରୁ ତଦନ୍ତ ଜାରି । ଉଭୟଙ୍କ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ମେଡିକାଲ ପଠାଯାଇଛି । ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ମୃତ୍ୟୁର ସଠିକ କାରଣ ସ୍ପଷ୍ଟ ହେବ । .
ରାସ୍ତା କଡ଼ରୁ ୨ ଯୁବକଙ୍କ ମୃତଦେହ ଜବତ







