ଓଡ଼ିଶା

ନବୀନଙ୍କୁ ଭେଟିଲେ ପାଟକୁରା ନିବାସୀ

ଭୁବନେଶ୍ବର: ଅରବିନ୍ଦ ମହାପାତ୍ରଙ୍କୁ ନିଲମ୍ବନ କରିବା ଘଟଣାରେ ବୁଧବାର ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଲେ ବିଜେଡିର ପାଟକୁରାବାସୀ। ଆଜି ନବୀନ ନିବାସରେ ନବୀନଙ୍କୁ ଭେଟିଥିଲେ ବିଜେଡିରପାଟକୁରାବାସୀ। କିଛି ଦିନ ପୂର୍ବେ ଦଳ ବିରୋଧୀ କାର୍ଯ୍ୟ କରିଥିବା ଘଟଣାରେ  ଅରବିନ୍ଦଙ୍କୁ ଦଳରୁ ନିଲମ୍ବନ କରିଥିଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ। ସେ ପ୍ରଥମ କରି ଚଳିତ ନିର୍ବାଚନରେ ପାଟକୁରାରୁ ବିଜେଡି ଦଳରୁ ପ୍ରାର୍ଥ ହୋଇ ନିର୍ବାଚିତ ହୋଇଥିଲେ।  ଅରବିନ୍ଦଙ୍କୁ ନିଲମ୍ବନ କରିବା ପରେ ବିଜେଡିଦଳ ଭିତରେ ଛକାପଞ୍ଝା ସୃଷ୍ଟି ହୋଇଥିଲା । ଏନେଇ ରାଜ୍ୟ ରାଜନୀତିରେ ଚହଳ ସୃଷ୍ଟି କରିଥିଲା। ନିଲମ୍ବନ କରିବା ଘଟଣାରେ ବିଜେଡି ପକ୍ଷରୁ କୁହାଯାଇଥିଲା ଯେ ଟିକେଟ୍ ନେବା ପରଠାରୁ ବିଶ୍ଵାସଘାତକତା କରିଥିଲେ ଅରବିନ୍ଦ । ବାପା ପୁଅ ଦଳ ଭାବେ ପାଟକୁରାରେ ଶାସନ କରୁଥିଲେ ।   ସାଂସଦ ପ୍ରାର୍ଥଙ୍କୁ ହରାଇବା ମଙ୍ଗ ଅରବିନ୍ଦ ଧରିଥିଲେ ବୋଲି ଅଭିଯୋଗ କରିଥିଲା ବିଜେଡି।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL