ଜାତୀୟ

ଯାନ୍ତ୍ରିକ ତ୍ରୁଟି ଲାଗି DC ଅଞ୍ଚଳରେ ଅବତରଣ କଲା ଟ୍ରମ୍ପଙ୍କ ବିମାନ

ଆମେରିକା : ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମ୍ପର୍କରେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଆଜି ଟ୍ରମ୍ପଙ୍କ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖିବାକୁ ମିଳିଛି । ଟ୍ରମ୍ପ ସ୍ବିଜରଲ୍ୟାଣ୍ଡ ଯାତ୍ରା କରୁଥିବା ସମୟରେ ଏପରି ଘଟଣା ଦେଖିବାକୁ ମିଳିଛି ବୋଲି କୌଣସି ଏକ ସୂତ୍ରରୁ ଜଣାପଡିଛି । ଟ୍ରମ୍ପଙ୍କ ବିମାନରେ ଇଲୋକ୍ଟ୍ରୋନିକ ସମସ୍ୟା ଦେଖାଦେଇଥିଲା । ଫଳରେ DC ଅଞ୍ଚଳରେ ସୁରକ୍ଷିତ ଭାବରେ ବିମାନଟି ଲ୍ୟାଣ୍ଡିଂ କରିଥିଲା । କିନ୍ତୁ ଏଥିରେ କୌଣସି କ୍ଷୟକ୍ଷତିର ସୂଚନା ନାହିଁ ।

ସୂଚନାନୁଯାୟୀ, ମଙ୍ଗଳବାର ସନ୍ଧ୍ୟାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିମାନ ସ୍ୱିଜରଲ୍ୟାଣ୍ଡ ଅଭିମୁଖେ ଉଡ଼ାଣ କରିଥିଲା । କିନ୍ତୁ ବିମାନଟି ପ୍ରାୟ ଗୋଟିଏ ଘଣ୍ଟା ପରେ ଜଏଣ୍ଟ ବେସ୍ ଆଣ୍ଡ୍ରୁଜକୁ ଫେରି ଆସିଥିଲା । କ୍ରୁ ସଦସ୍ୟ  ବିମାନରେ ସାମାନ୍ୟ ଇଲୋକ୍ଟ୍ରୋନିକ୍ ସମସ୍ୟା ଦେଖିବାରୁ ଫେରିବାକୁ ନିଷ୍ପତ୍ତି ନେଇଥିଲେ । ଅନ୍ୟପଟେ ଟ୍ରମ୍ପ ଆଉ ଏକ ବିମାନରେ ୱାର୍ଲଡ ଇକୋନୋମିକ୍ ଫୋରମକୁ ତାଙ୍କର ଯାତ୍ରା ଜାରି ରଖିବେ ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL