ଜାତୀୟ

ନାସାରୁ ଅବସର ନେଲେ ସୁନୀତା ୱିଲିୟମ୍ସ

ନୂଆଦିଲ୍ଲୀ : ଭାରତୀୟ ବଂଶୋଦ୍ଭବ ତଥା ନାସାର ମହାକାଶଚାରୀ ସୁନୀତା ଓ୍ୱିଲିୟମ୍ସ ଅବସର ଗ୍ରହଣ କରିଛନ୍ତି । ଦୀର୍ଘ ୨୭ ବର୍ଷ ଧରି ନାସାରେ କାମ କରିବା ପରେ ଅବସର ନେଇଛନ୍ତି ସୁନୀତା । ମଙ୍ଗଳବାର ଏନେଇ ନାସା ଘୋଷଣା କରିଛି । ତାଙ୍କର ୧୦ ଦିନିଆ ମହାକାଶ ମିଶନ ଆନ୍ତର୍ଜାତୀୟ ମହାକାଶ ଷ୍ଟେସନ (ଆଇଏସଏସ)ରେ ସାଢେ ନଅ ମାସ ରହିବା ପରେ ଶେଷ ହୋଇଥିଲା । ତେବେ ଗତ ବର୍ଷ ଡିସେମ୍ବର ୨୭ ତାରିଖରୁ ସେ ଅବସର ନେବା ନେଇ ଆମେରିକାର ମହାକାଶ ଗବେଷଣା ସଂସ୍ଥାକୁ ଜଣାଇ ଦେଇଥିଲେ ।

ନାସାର ଅଧିକାରୀ ଜେରେଡ ଆଇଜାକମ୍ୟାନ୍ କହିଛନ୍ତି ଯେ, ସୁନୀତା ଅନେକ ଗୁରୁତ୍ୱପୂର୍ଣ୍ଣ ମିଶନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ତାଙ୍କ ନେତୃତ୍ୱରେ ମହାକାଶକୁ ନେଇ ଅନେକ ଗବେଷଣା କରାଯାଇଛି । ଦୀର୍ଘଦିନ ଧରି ସେ ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନରେ ରହି ଗବେଷଣା କରିବାରେ ସଫଳ ହୋଇଥିଲେ । ଚନ୍ଦ୍ର ଏବଂ ମଙ୍ଗଳକୁ ନେଇ ଆରମ୍ଭ ହୋଇଥିବା ଆର୍ଟେମିସ୍ ମିଶନରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।

ସୂଚନାଯୋଗ୍ୟ, ଭାରତୀୟ ବଂଶୋଦ୍ଭବ ସୁନୀତା ମହାକାଶଚାରୀ ମହାକାଶରେ ତିନୋଟି ମିଶନକୁ ସଫଳ କରିଥିଲେ । ସେ ପ୍ରାୟ ୬୦୮ ଦିନ ମହାକାଶରେ ବିତାଇଛନ୍ତି । ସେ ୯ଟି ସ୍ପେସ ୱାକ୍ ପୂରଣ କରିଛନ୍ତି । ଯାହାର ସମ ଅବଧି ୬୨ ଘଣ୍ଟା ୬ ମିନିଟ ରହିଥିଲା । ନାସା ଇତିହାସରେ ସବୁଠାରୁ ଅଧିକ ସ୍ପେସ ୱାକ କରିଥିବା ମହିଳାଙ୍କ ଭିତରେ ୪ର୍ଥ ସ୍ଥାନରେ ରହିଛନ୍ତି ସୁନୀତା । ସେହିପରି ଅନ୍ତରୀକ୍ଷରେ ମାରାଥନ ଦୌଡିଥିବା ପ୍ରଥମ ବ୍ୟକ୍ତି ହେଉଛନ୍ତି ସୁନୀତା ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL