ଜାତୀୟ

ପ୍ରୟାଗରାଜରେ ଟ୍ରେନିଂ ବେଳେ ପୋଖରୀରେ ଖସିପଡ଼ିଲା ବାୟୁସେନା ବିମାନ

ପ୍ରୟାଗରାଜ : ପ୍ରୟାଗରାଜରେ ବାୟୁସେନାର ଟ୍ରେନି ବିମାନ ଦୁର୍ଘଟଣାଗ୍ରସ୍ତ । ଏୟାରକ୍ରାଫ୍ଟ ହଠାତ୍ ଆକାଶରେ ହଲିବାକୁ ଆରମ୍ଭ କରି ସହର ମଝିରେ ଥିବା ପୋଖରୀରେ ଖସିପଡିଥିଲା । ଏହି ଘଟଣା କେପି କଲେଜ ପଛରେ ଥିବା ପୋଖରୀରେ ଘଟିଛି । ସ୍ଥାନୀୟ ଲୋକ ଘଟଣା ବିଷୟରେ ପୋଲିସ ଓ ପ୍ରଶାସନକୁ ସୂଚନା ଦେଇଥିଲେ । ଏହାପରେ ଅଗ୍ନିଶମ ଟିମ ଏବଂ ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଞ୍ଚିଥିଲା । ସ୍ଥାନୀୟ ଲୋକ ୩ ଜଣଙ୍କୁ ଉଦ୍ଧାର କରିଥିବା ଜଣାପଡିଛି ।

ବିମାନ ଦୁର୍ଘଟଣାଗ୍ରସ୍ତ ହେବା ପୂର୍ବରୁ ତିନି ଜଣ ଲୋକ ପାରାସୁଟ୍ ସାହାଯ୍ୟରେ ଡେଇଁ ପଡ଼ିଥିଲେ । ସେମାନେ ପୋଖରୀରେ ପଡ଼ିବା ସହ ଫସି ଯାଇଥିଲେ । ସ୍ଥାନୀୟ ଲୋକମାନେ ସେମାନଙ୍କୁ ଉଦ୍ଧାର କରିଥିଲେ । କିନ୍ତୁ ସମସ୍ତେ ସୁରକ୍ଷିତ ଅଛନ୍ତି। ସେମାନଙ୍କୁ ସ୍ଥାନାନ୍ତର କରାଯାଇଛି । ବିମାନରେ କେତେ ଲୋକ ଥିଲେ ଓ ଦୁର୍ଘଟଣା କିପରି ଘଟିଲା ତାହାର ସଠିକ କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL