ଜାତୀୟ

ସୁରକ୍ଷା କଥା ଉଠାଇ ଗ୍ରୀନଲାଣ୍ଡ ଉପରେ ଅଧିକାର ଜାହିର କଲେ ଟ୍ରମ୍ପ

ନୂଆଦିଲ୍ଲୀ  : ପୁଣି ଗ୍ରୀନଲାଣ୍ଡ ଦାବି ଦୋହରାଇଲେ ଟ୍ରମ୍ପ । ସୁରକ୍ଷା କଥା ଉଠାଇ ଗ୍ରୀନଲାଣ୍ଡ ଉପରେ ଅଧିକାର ଜାହିର କରିଛନ୍ତି ଟ୍ରମ୍ପ । ଆମେରିକା କେବଳ ଗ୍ରୀନଲାଣ୍ଡକୁ ସୁରକ୍ଷା ଦେଇପାରିବ ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସ୍ୱିଜରଲାଣ୍ଡର ଡାଭୋସରେ ଆୟୋଜିକ ବିଶ୍ୱ ଆର୍ଥିକ ଫୋରମ ସମ୍ମିଳନୀରେ ଯୋଗ ଦେଇ ପୁଣି ଗ୍ରୀନଲାଣ୍ଡ ଉପରେ ଅଧିକାର ସାବ୍ୟସ୍ତ କରିଛନ୍ତି ଟ୍ରମ୍ପ ।

ଆମେରିକା ଗ୍ରୀନଲାଣ୍ଡ ଅକ୍ତିଆର କଲେ ୟୁରୋପ ମଧ୍ୟ ସୁରକ୍ଷିତ ରହିବ । ଏହାକୁ ନାଟୋ ବିରୋଧ କରୁଛି । ହେଲେ ନାଟୋ ପ୍ରତି ଆମେରିକା ବିପଦ ନୁହେଁ । ନାଟୋକୁ ଆମେରିକା ଅନେକ ସହାୟତା କରିଛି । ଏବେ ନାଟୋ ଆମେରିକାର ଗ୍ରୀନଲାଣ୍ଡ ଦାବିକୁ ବିରୋଧ କରି ଭୁଲ କରୁଛି । ଆମେରିକା କେବଳ ଖଣ୍ଡେ ବରଫ ଚାହୁଁଛି । ସେଠାରେ ଆମେ ବିକାଶ କରିବୁ । ଋଷ କିମ୍ବା ଚୀନ ଆକ୍ରମଣରୁ ଆମେରିକା ଗ୍ରୀନଲାଣ୍ଡକୁ ସୁରକ୍ଷା ଦେଇପାରିବ ବୋଲି କହିଛନ୍ତି ଟ୍ରମ୍ପ ।

ସେହିପରି କାନାଡାକୁ ମଧ୍ୟ ଚେତାବନୀ ଦେଇଛନ୍ତି ଟ୍ରମ୍ପ । ଆମେରିକା ଠାରୁ ପାଇଥିବା ସାହାଯ୍ୟ ପାଇଁ କାନାଡା ଧନ୍ୟବାଦ ଜଣାଇବା ଉଚିତ । ହେଲେ କାନାଡା ପ୍ରଧାନମନ୍ତ୍ରୀ ବୟାନ ଦେବା ବେଳେ ଆମେରିକାର ସାହାଯ୍ୟ କଥା ମନେ ପକାଉ ନାହାନ୍ତି । ଗ୍ରୀନଲାଣ୍ଡ ଅକ୍ତିଆର କରି ଆମେରିକା ଗୋଲ୍ଡେନ ଡୋମ ନିର୍ମାଣ କଲେ କାନାଡା ମଧ୍ୟ ସୁରକ୍ଷିତ ରହିବ ବୋଲି ଟ୍ରମ୍ପ କହିଛନ୍ତି ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL