ଆନ୍ଧ୍ରପ୍ରଦେଶ : ଆନ୍ଧ୍ରପ୍ରଦେଶ ନନ୍ଦାଲ ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏକ ଘରୋଇ ବସ୍ ଏବଂ କଣ୍ଟେନର ଲରି ଧକ୍କା ହେବା ଯୋଗୁଁ ୨ ଜଣଙ୍କ ଜୀବନ ଚାଲିଯାଇଛି । ଘଟଣାରେ ରାତି ୧.୩୦ ମିନିଟରେ ଘଟିଛି ।
ଖବର ମୁତାବକ, ନେଲୋରରୁ ହାଇଦ୍ରାବାଦକୁ ଯାଉଥିବା ବସର ଡାହାଣ ଟାୟାର ଫାଟିଯିବାରୁ ଗାଡ଼ି ଚାଳକ ନିୟନ୍ତ୍ରଣ ହରାଇ ବସିଥିଲା । ନିୟନ୍ତ୍ରଣ ହରାଇବାରୁ ବସ୍ ଡିଭାଇଡରରେ ପିଟି ହୋଇ କଣ୍ଟେନର ଲରି ସହିତ ଧକ୍କା ହୋଇଥିଲା । ଲରିରେ ମୋଟର ସାଇକେଲ ଲଦା ହୋଇଥିଲା । ତେଣୁ ଧକ୍କା ହେବା ଫଳରେ ଦୁଇଟି ଯାକ ଗାଡ଼ିରେ ନିଆଁ ଲାଗିଯାଇଥିଲା ।
ବସରେ ନିଆଁ ଲାଗିଯିବାରୁ ସ୍ଥାନୀୟ ଲୋକ, ବସ୍ କଣ୍ଡକ୍ଟର ତୁରନ୍ତ ଗାଡ଼ିର ଝରକା ଭାଙ୍ଗି ଫସିଥିବା ଯାତ୍ରୀଙ୍କୁ ବାହାର କରିଥିଲେ । ଫଳରେ ୩୬ ଜଣ ଯାତ୍ରୀ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି । ଚାରି ଯାତ୍ରୀଙ୍କୁ ସାମାନ୍ୟ ଆଘାତ ଲାଗିଛି । ସେମାନଙ୍କୁ ଜିଲ୍ଲା ହସପିଟାଲରେ ଭର୍ତ୍ତି କରାଯାଇଛି । ବସ୍ ଚାଳକ ଏବଂ ଲରି ଚାଳକଙ୍କ ମ୍ତ୍ୟୁ ହୋଇଛି । ଦୁହିଁଙ୍କ ମୃତଦେହକୁ ସରକାରୀ ହସପିଟାଲରେ ଭର୍ତ୍ତି କରାଯାଇଛି । ଅଗ୍ନିଶମ ଟିମ ଅନେକ ପରିଶ୍ରମ କରିବା ପରେ ନିଆଁକୁ ଆୟତ୍ତ କରିଛନ୍ତି । ଘଟଣା ପରେ ହାଇୱେରେ ଟ୍ରାଫିକ ଦୀର୍ଘ ସମୟ ପର୍ଯ୍ୟନ୍ତ ପ୍ରଭାବିତ ହୋଇଥିଲା । ପୋଲିସ ଘଟଣାର ଯାଞ୍ଚ ଆରମ୍ଭ କରିଛି ।
ସୂଚନାଯୋଗ୍ୟ, ଆନ୍ଧ୍ରପ୍ରଦେଶ କର୍ନୁଲ ଜିଲ୍ଲାରେ ଅକ୍ଟୋବର ୨୦୨୫ରେ ଏକ ବସରେ ନିଆଁ ଲାଗିବାରୁ ୨୦ ଯାତ୍ରୀଙ୍କ ଜୀବନ ଚାଲିଯାଇଥିଲା ।





