ଜାତୀୟ

୨୦୦ ଫୁଟ ଖାଇକୁ ଖସିଲା ସେନା ଗାଡ଼ି, ୧୦ ଯବାନ ସହିଦ

ଜମ୍ମୁ କଶ୍ମୀର : ଜମ୍ମୁ କଶ୍ମୀର ଡୋଡା ଜିଲ୍ଲାରେ ବଡ଼ ଅଘଟଣ । ସେନା ବାହାନ ଖାଇରେ ଖସିପଡିବା ଯୋଗୁଁ ଅତିକମରେ ୧୦ ଜଣ ସୈନିକ ସହିଦ ହୋଇଛନ୍ତି । ଘଟଣାରେ ୭ ଜଣ ସୈନିକ ଆହତ ହୋଇଛନ୍ତି । ତେବେ ଏହି ଦୁର୍ଘଟଣାରେ ଭଦ୍ରବାହ-ଚମ୍ବା ଇଣ୍ଟରଷ୍ଟେଟ ରୋଡରେ ଖନ୍ନି ଟପ୍ ରେ ହୋଇଛି ।

ଖବର ମୁତାବକ, ଏକ ବୁଲେଟପ୍ରୁଫ ଆର୍ମି ଗାଡ଼ିରେ ଅତିକମରେ ୧୭ ଜଣ ଯବାନ ରହିଥିଲେ । ସେନା ଗାଡ଼ି ପର୍ବତରେ ଥିବା ଏକ ପୋଷ୍ଟକୁ ଯାଉଥିଲା । ଏହି ସମରେ ଖନ୍ନି ଟପରେ ଡ୍ରାଇଭର ନିୟନ୍ତ୍ରଣ ହରାଇବାରୁ ଗାଡ଼ିଟି ୨୦୦ ଫୁଟ ଗଭୀର ଖାଇକୁ ଖସିପଡିଥିଲା ।

ପୋଲିସ ଏବଂ ଆର୍ମୀ ମିଳିତ ଭାବେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ଏଠାରୁ ୧୦ ଜଣ ସୈନିକଙ୍କ ମୃତ ଦେହକୁ ଜବତ କରିଥିବା ବେଳେ ଅନ୍ୟ ୭ ଜଣଙ୍କୁ ଆହତ ଭାବେ ଉଦ୍ଧାର କରାଯାଇଛି । ଘଟଣାରେ ୩ ଜଣଙ୍କୁ ଗଭୀର ଆଘାତ ଲାଗିଛି । ଏମାନଙ୍କୁ ଚିକିତ୍ସା ପାଇଁ ଏୟାରଲିଫ୍ଟ କରାଯାଇ ଉଦ୍ଧମପୁର ମିଲିଟ୍ରୀ ହସପିଟାଲରେ ଭର୍ତ୍ତି କରାଯାଇଛି ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL