ଭୁବନେଶ୍ୱର: ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ୍ ଶୁକ୍ରବାର ସକାଳେ ଭୁବନେଶ୍ୱରରେ ପହଞ୍ଚିଥିଲେ। ଓଡ଼ିଶା ରାଜ୍ୟପାଳ ଡକ୍ଟର ହରି ବାବୁ କମ୍ଭମପତି ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର ବିମାନ ବନ୍ଦରରେ ତାଙ୍କୁ ଉଷ୍ମ ସ୍ୱାଗତ ଜଣାଇଥିଲେ।
ତାଙ୍କ ଆଗମନ ପରେ, ଉପରାଷ୍ଟ୍ରପତି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମବାର୍ଷିକୀ ପାଳନ କରାଯାଉଥିବା ପରାକ୍ରମ ଦିବସରେ ଯୋଗଦେବା ପାଇଁ କଟକ ଗସ୍ତ କରିଛନ୍ତି। ସେଠାରେ ପହଞ୍ଚି ନେତାଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ଉପରାଷ୍ଟ୍ରପତି।









