ସମ୍ବଲପୁର: ମାଟି ତଳୁ ଉଦ୍ଧାର ହେଲେ ୨ଶ୍ରମିକ । ସମ୍ବଲପୁର ଧନୁପାଲି ଥାନା ଭତରା ଶଙ୍କର ମଠ ରାସ୍ତାରେ ଅଘଟଣ । ସ୍ଵରେଜ ବୋର୍ଡ ଦ୍ୱାରା କାମ ଚାଲିଥିବା ବେଳେ ମାଟି ଅତଡ଼ା ଧସି ପୋତି ହୋଇଗଲେ ୨ ଜଣ ଶ୍ରମିକ । ସ୍ଥାନୀୟ ବାସିନ୍ଦା ଓ ଅଗ୍ନିଶମ ବାହିନୀର ମିଳିତ ଉଦ୍ୟମରେ ଉଭୟ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି ।
ଆହତ ଶ୍ରମିକମାନେ ରାଜସ୍ଥାନରେ ବୋଲି ଜଣାପଡ଼ିଛି । ଆହତ ଶ୍ରମିକଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ମାଟି ଅତଡ଼ା ଖସି ଶ୍ରମିକ ଆହତ ଘଟଣାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମେଡିକାଲ ଆସି ଆହତଙ୍କୁ ସାକ୍ଷାତକରି ଆଲୋଚନା କରିଛନ୍ତି ।
ଆହତଙ୍କୁ ଉନ୍ନତ ଚିକିତ୍ସା ଯୋଗାଇ ଦେବାକୁ ଡାକ୍ତରଙ୍କୁ ପରାମର୍ଶ ଦେଇଛନ୍ତି । ଆହତମାନଙ୍କୁ ଫଳଦେଇ ଫେରିଯାଇଛନ୍ତି କେନ୍ଦ୍ରମନ୍ତ୍ରୀ । ସ୍ଵେରେଜ ବୋର୍ଡ ପକ୍ଷରୁ ପାଖାପାଖି ୨୦ ଫୁଟ ଗଭୀର ଗାତ ଖୋଲି ପାଇପ କାର୍ଯ୍ୟ ଚାଲିଥିବା ବେଳେ ଏହି ଅଘଟଣ ଘଟିଥିଲା।









