ଓଡ଼ିଶା

ବାତ୍ୟା ’ଅର୍ଣ୍ଣବ’କୁ ନେଇ ବଡ଼ ଅପଡେଟ୍, ୨୮ରେ ଆନ୍ଧ୍ର ଉପକୂଳରେ ଲ୍ୟାଣ୍ଡଫଲ୍ ସମ୍ଭାବନା

ଭୁବନେଶ୍ବର: ବାତ୍ୟାକୁ ନେଇ IMDର ବଡ଼ ଅପଡେଟ୍ । ଆନ୍ଧ୍ର ଉପକୂଳ ମୁହାଁ ବାତ୍ୟା । ପୂର୍ବ କେନ୍ଦ୍ରୀୟ ଓ ସଂଲଗ୍ନ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅଧିକ ଘନୀଭୂତ ହୋଇ ସୁଦୃଶ୍ୟ ଲଘୁଚାପରେ ପରିଣତ ହୋଇଛି। ଆଜି ସକାଳ ସାଢ଼େ ୫ଟା ସୁଦ୍ଧା ଏହା ସେହି ଅଞ୍ଚଳରେ ସକ୍ରିୟ ରହିଥିବା IMDର ସୂଚନା ।  ସୁଦୃଶ୍ୟ ଲଘୁଚାପ ଆଜି ଆହୁରି ଘନୀଭୂତ ହୋଇ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି।

ଏହାପରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ୨୫ ତାରିଖରେ ଗଭୀର ଅବପାତର ରୂପ ନେଇପାରେ।୨୬ ତାରିଖ ସକାଳ ସୁଦ୍ଧା ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏହା ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି। ବାତ୍ୟାରେ ପରିଣତ ହେବା ପରେ ମଧ୍ୟ ଏହି ପାଣିପାଗ ପ୍ରଣାଳୀ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି ଜାରି ରଖିବ।

ଏହି ସମୟରେ ଏହା ଆହୁରି ଶକ୍ତିଶାଳୀ ହେବାର ସମ୍ଭାବନା ରହିଛି।୨୮ ତାରିଖ ସକାଳ ବେଳକୁ ବାତ୍ୟା ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆନ୍ଧ୍ରପ୍ରଦେଶ ଉପକୂଳ ନିକଟରେ ପହଞ୍ଚିପାରେ। ତେବେ ବାତ୍ୟା କେଉଁଠି ସ୍ଥଳଭାଗ ଅତିକ୍ରମ କରିବ ଏବଂ ଲ୍ୟାଣ୍ଡଫଲ୍ ସମୟରେ ଏହାର ତୀବ୍ରତା କେତେ ରହିବ, ସେନେଇ ସ୍ପଷ୍ଟ ସୂଚନା ଦିଆଯାଇନାହିଁ। କିନ୍ତୁ ୨୮ ତାରିଖ ସକାଳେ ବାତ୍ୟା ଆନ୍ଧ୍ର ଉପକୂଳ ନିକଟରେ ପହଞ୍ଚିବା ନେଇ IMD ପକ୍ଷରୁ ଆକଳନ କରାଯାଇଛି।

ବାତ୍ୟା ‘ଅର୍ଣ୍ଣବ’କୁ ନେଇ ECMWF ଓ GFS ମଡେଲର ଆକଳନ । ୨୮ ତାରିଖରେ ଆନ୍ଧ୍ର ଉପକୂଳରେ ଲ୍ୟାଣ୍ଡଫଲ୍ ସମ୍ଭାବନା!। ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’କୁ ନେଇ ଆସିଲା ନୂଆ ଆକଳନ। ବାତ୍ୟାର ଗତିପଥ ଓ ଲ୍ୟାଣ୍ଡଫଲକୁ ନେଇ ଦୁଇ ପ୍ରମୁଖ ପାଣିପାଗ ମଡେଲ୍ ECMWF ଏବଂ GFS ଭିନ୍ନ ଭିନ୍ନ ଚିତ୍ର ଦେଖାଇଛନ୍ତି। ତେବେ ଉଭୟ ମଡେଲ୍ ର ଆକଳନ ଅନୁସାରେ ଆସନ୍ତା ୨୮ ତାରିଖରେ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ବାତ୍ୟାର ପ୍ରଭାବ ପଡ଼ିବାର ସମ୍ଭାବନା ରହିଛି।

Windy.comରେ ଉପଲବ୍ଧ ସଦ୍ୟତମ ମଡେଲ୍ ଭିଜୁଆଲାଇଜେସନ୍ ଅନୁସାରେ, ୟୁରୋପୀୟ ପାଣିପାଗ ମଡେଲ୍ ECMWF ୨୮ବେଳକୁ ବାତ୍ୟା ବିଶାଖାପାଟଣାର ଦକ୍ଷିଣରେ ଉପକୂଳ ନିକଟରେ ରହିବାର ସଙ୍କେତ ଦେଇଛି।  ଅନ୍ୟପଟେ ଆମେରିକୀୟ ପାଣିପାଗ ମଡେଲ୍ GFS ଭିନ୍ନ ଆକଳନ କରିଛି ।  ଏହି ମଡେଲ୍ ଅନୁସାରେ ୨୮ ତାରିଖ ବେଳକୁ ବାତ୍ୟାର କେନ୍ଦ୍ର ସ୍ଥଳଭାଗକୁ ପ୍ରବେଶ କରି ବିଜୟୱାଡ଼ା ନିକଟବର୍ତ୍ତୀ ଅଞ୍ଚଳରେ ପହଞ୍ଚି ସାରିଥିବ। ଅର୍ଥାତ୍ ECMWF ତୁଳନାରେ GFS ମଡେଲ୍ ବାତ୍ୟାର ଗତିପଥକୁ ଅଧିକ ଦକ୍ଷିଣ ଦିଗରେ ଦର୍ଶାଉଛି। କାକିନାଡ଼ାରୁ ମଛଲିପଟ୍ଟନମ୍ ମଧ୍ୟବର୍ତ୍ତୀ ଉପକୂଳ ଅଞ୍ଚଳରେ ଲ୍ୟାଣ୍ଡଫଲ୍ ସମ୍ଭାବନାକୁ ନେଇ ମଧ୍ୟ ଚର୍ଚ୍ଚା ବଢ଼ିଛି।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL