ଓଡ଼ିଶା

ଝିଅ ଜନ୍ମ ହେବାରୁ ବୋହୂକୁ ପୋଡି ମାରି ଦେବାକୁ ଉଦ୍ୟମ

ପଟ୍ଟାମୁଣ୍ଡାଇ: ଅଭାବନୀୟ, ଅମାନବୀୟ । ଝିଅ ହେବାରୁ ବୋହୂକୁ ମାରିଦେବାକୁ ଉଦ୍ୟମ ଅଭିଯୋଗ । କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଡାମରପୁର ଗାଁରେ ଅଭାବନୀୟ ଘଟଣା ।  ଝିଅ ହେବାରୁ ବୋହୂକୁ ପୋଡି ମାରିଦେବାକୁ ଉଦ୍ୟମ କରିଥିଲେ ଶ୍ବଶୁର ଘର ଲୋକ।

ଗତ କାଲି ବିଳମ୍ବିତ ରାତିରେ ଶୋଇଥିବାବେଳେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ ।  ତେବେ ଅଳ୍ପକେ ବର୍ତ୍ତିଯାଇଥିଲେ ବୋହୂ ଓ ନାତୁଣୀ । ଘର ଭିତରର ସମସ୍ତ ଆସବାବପତ୍ର ପୋଡି ଯାଇଛି । ୮ ବର୍ଷ ତଳେ ନିଶ୍ଚିନ୍ତ କୋଇଲି ବାଲିପଡ଼ା ଗାଁର ସସ୍ମିତା ଦାସ ପଟ୍ଟାମୁଣ୍ଡାଇ ଡାମରପୁର ଗାଁର ସୁଶାନ୍ତ ରାୟଙ୍କୁ ବିବାହ କରିଥିଲେ । ସୁଶାନ୍ତଙ୍କର ପ୍ରଥମ ପତ୍ନୀଙ୍କ ଦୁଇଟି ଝିଅ ଥିଲା । ଦ୍ଵିତୀୟ ପତ୍ନୀଙ୍କ ଗୋଟିଏ ଝିଅ ହେବାରୁ ତାକୁ ବାରମ୍ବାର ଶ୍ବଶୁର ଘର ଲୋକ ନିର୍ଯାତନା ଦେଉଥିଲେ ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL