ଭୁବନେଶ୍ବର: ନବୀନ ନିବାସ ଆଗରେ ଭିଡ଼ ଲଗାଇଛନ୍ତି ବିଜେଡିରୁ ନିଲମ୍ବିତ ହୋଇଥିବା ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ସମର୍ଥକ । କାହିଁକି ଅରବିନ୍ଦଙ୍କୁ ଦଳରୁ ନିଲମ୍ବିତ କରାଗଲା ତାହାକୁ ନେଇ ଜବାବ ଜାଣିବାକୁ ଆସିଛନ୍ତି ସମର୍ଥକ । ପାଟକୁରାକୁ ନ୍ୟାୟ ଦିଅ ବୋଲି ସମର୍ଥକ ମାନେ କହିଛନ୍ତି । ଅରବିନ୍ଦଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି ସମର୍ଥକ । ବିରାଟ ପଟୁଆରରେ ପାଟକୁରାରୁ ଶହ ଶହ ସମର୍ଥକ ଆସି ଭିଡ ଲଗାଇଛନ୍ତି । ନବୀନଙ୍କୁ ଭେଟିବାକୁ ଆସିଛନ୍ତି । ବ୍ୟାପକ ସମର୍ଥକମାନେ ଭିଡ଼ ଲାଗିଥିବାରୁ ନବୀନ ନିବାସ ସମ୍ମୁଖରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।
ନବୀନ ନିବାସ ଆଗରେ ଅରବିନ୍ଦଙ୍କ ସମର୍ଥକଙ୍କ ଭିଡ଼, ନିଲମ୍ବନ ପ୍ରତ୍ୟାହାର କରିବାକୁ ଦାବି








