ଓଡ଼ିଶା

ସ୍କୁଟିକୁ ଧକ୍କା ଦେଲା ଆମ ବସ୍‌, ଚାଳକ ଆହତ

ଭୁବନେଶ୍ବର: ରାଜଧାନୀରେ ଦୁର୍ଘଟଣା ପରେ ଦୁର୍ଘଟଣା ଘଟାଇ ଚାଲିଛି ଆମ ବସ୍‌ । ଫଳରେ ଲୋକମାନେ ଏଥିରେ ଯାତ୍ରା କରିବାକୁ ଭୟ କରିଲେଣି । ଆଜି ପୁଣି ଏକ ସ୍କୁଟିକୁ ଧକ୍କା ଦେଇଛି ଆମ ବସ୍ । ଫଳରେ ସ୍କୁଟି ଚାଳକ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଛି ।

ସକାଳୁ ପାତ୍ରପଡ଼ା ଡିପୋରୁ ବାହାରି ଡୁମଡୁମା ଅଭିମୁଖେ ଯିବାବେଳେ ଦୁର୍ଘଟଣା ଘଟାଇଛି ଆମ ବସ୍‌ । ଗତକାଲି ମଧ୍ୟ ଜନପଥରେ ବାଇକ୍‌କୁ ଧକ୍କା ଦେଇଥିଲା ଆମ ବସ୍‌। ଦୁର୍ଘଟଣା ପରେ ଉତ୍ତ୍ୟକ୍ତ ଲୋକମାନେ ‘ଆମ ବସ’କୁ ଭଙ୍ଗାରୁଜା କରିଥିଲେ । ୩ଟି ‘ଆମ ବସ୍‌’କୁ ଭାଙ୍ଗିଦେଇଥିଲେ ଲୋକମାନେ । ତେବେ ଆମ୍ ବସର ଦୁର୍ଘଟଣାକୁ ନେଇ ସରକାର ପଦକ୍ଷେପ ନେଉଛନ୍ତି । ସ୍ପିଡ ଲିମିଟ୍ ମଧ୍ୟ କମେଇଛନ୍ତି । ଏହା ସତ୍ତ୍ବେ ଏଭଳି ବାରମ୍ବାର ଦୁର୍ଘଟଣା କାହିଁକି ଘଟୁଛି ସେନେଇ ପ୍ରଶ୍ନବାଚୀ ଉଠିଛି ।

 

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL