ଭୁବନେଶ୍ୱର: ପୁଣି ପିସିସି ସଭାପତିଙ୍କ ନେତୃତ୍ୱକୁ ନେଇ କଂଗ୍ରେସରେ ବିବାଦ । ୪୧ଜଣ କଂଗ୍ରେସ କର୍ମୀ ଯେଉଁମାନେ କି ମୋକିମଙ୍କ ସମର୍ଥକ ସେମାନେ ଆଜି ଇସ୍ତଫା ଦେଇଛନ୍ତି । ପୂର୍ବତନ ବିଧାୟକ ମହମ୍ମଦ ମୋକିମ କଂଗ୍ରେସରୁ ନିଲମ୍ବନ ହେବା ଦିନରୁ ଏମାନେ ଅସନ୍ତୋଷରେ ଥିଲେ । ତେବେ ଏମାନେ ସମସ୍ତେ ଆଜି ନିଜର ଅସନ୍ତୋଷ ପ୍ରକାଶ କରି ଇସ୍ତଫା ଦେଇଛନ୍ତି । ସେମାନଙ୍କ ମଧ୍ୟରେ ମୁଖପାତ୍ର, ଯୁବ ନେତା, ପୂର୍ବତନ ପିସିସି ସମ୍ପାଦକ, ପୂର୍ବତନ କର୍ପୋରେଟର ଏବଂ ବ୍ଲକ ଅଧ୍ୟକ୍ଷ ରହିଛନ୍ତି ।
ପଞ୍ଚାୟତ ନିର୍ବାଚନ ପୂର୍ବରୁ ଏହି ସବୁ ତୃଣମୂଳ ସ୍ତରର ନେତାଙ୍କ ଇସ୍ତଫା ଦେବା ଦଳ ପାଇଁ ମହଙ୍ଗା ପଡିପାରେ ବୋଲି ରାଜନୈତିକ ବିଶେଷଜ୍ଞ ମାନେ ସୂଚନା ଦେଇଛନ୍ତି । ଯେଉଁମାନେ ଦଳ ଛାଡିଛହନ୍ତି ସେମାନେ ମୋକିମଙ୍କ ଦୃଢ ସମର୍ଥକ, ସବୁବେଳେ ସେମାନେ ମୋକିମଙ୍କ ସହ ରହିଥାନ୍ତି । କୁହାଯାଉଛି ଯେ ଏହୀ ୪୧ଜଣ କର୍ମୀ ଆଗାମି ମୋକିମଙ୍କ ନୂଆ ଦଳରେ ସାମିଲ ହୋଇପାରନ୍ତି ।








