ପାଟକୁରା : ଦଳରୁ ନିଲମ୍ବନ ପରେ ପ୍ରଥମଥର ନିର୍ବାଚନ ମଣ୍ଡଳୀରେ ଶକ୍ତି ପ୍ରଦର୍ଶନ କରିଛନ୍ତି ବିଧାୟକ ଅରବିନ୍ଦ ମହାପାତ୍ର । ଶକ୍ତି ପ୍ରଦର୍ଶନ ସହ ନବୀନଙ୍କୁ ନିଶାଣ କଲେ ଅରବିନ୍ଦ ।
ବିଜୁ ଜନତା ଦଳରୁ ନିଲମ୍ବନ ପରେ ପ୍ରଥମ ଥର ପାଇଁ ନିର୍ବାଚନ ମଣ୍ଡଳୀରେ ଶକ୍ତି ପ୍ରଦର୍ଶନ କରିଛନ୍ତି ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର । ପାଟକୁରା ନିର୍ବାଚନ ମଣ୍ଡଳୀ ଡେରାବିଶ ବ୍ଲକରେ ଶକ୍ତି ପ୍ରଦର୍ଶନ କରିଛନ୍ତି ଅରବିନ୍ଦ । ଏକ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ମହୋତ୍ସବକୁ ଯିବା ପୂର୍ବରୁ ବିରାଟ ମୋଟର ସାଇକେଲ ଶୋଭାଯାତ୍ରା କରିଥିଲେ ଅରବିନ୍ଦ । ଶୋଭାଯାତ୍ରାରେ ଅରବିନ୍ଦଙ୍କ ଶତାଧିକ ସମର୍ଥକ ଯୋଗଦେଇଥିଲେ । ଡେରାବିଶ ବ୍ଲକର ଚାନ୍ଦୋଳ ବଜାର, କାକଟିଆ ଛକ ଦେଇ ଗଣେଶ୍ଵରପୁର ପର୍ଯ୍ୟନ୍ତ ଶୋଭାଯାତ୍ରା କରିଥିଲେ ଅରବିନ୍ଦ । ଏହାସହ ସୁବର୍ଣ୍ଣ ଜୟନ୍ତୀ ମହୋତ୍ସବରେ ଯୋଗଦେବା ପୂର୍ବରୁ ନିଲମ୍ବନକୁ ନେଇ ପ୍ରଶ୍ନକରିଛନ୍ତି । ସେ କହିଛନ୍ତି, ନବୀନ ବାବୁ ଓ ତାଙ୍କ ସହ ଅନ୍ୟମାନେ ମିଛ କହିଛନ୍ତି । ୧୫ରୁ ୨୧ ତାରିଖ ମଧ୍ୟରେ ୮ ପ୍ରକାରର ଆରୋପ ଲଗାଇଛନ୍ତି । ମୋ ନାଁ ଖରାପ କରିବାକୁ ଚେଷ୍ଟା କରିଛନ୍ତି । କିନ୍ତୁ ମୁଁ ବିଚଳିତ ନୁହେଁ । ପାଟକୁରା ବସି ଜିତାଇଛନ୍ତି, ବିଧାନସଭାରେ ପାଟକୁରାର ସ୍ୱର ଉଠାଇବି ।
ନିଜ ନିର୍ବାଚନ ମଣ୍ଡଳୀରେ ଅରବିନ୍ଦ ମହାପାତ୍ରଙ୍କ ଶକ୍ତି ପ୍ରଦର୍ଶନ









