ଓଡ଼ିଶା

କଲେଜ ଛକ ନିକଟରେ ଯୁବକଙ୍କୁ ମାରି ଫିଙ୍ଗିଦେଲେ

ପୁରୀ: ପୁରୀରେ ଗଡ଼ିଲା ମୁଣ୍ଡ ।  ଟାଉନ ଥାନା ଅନ୍ତର୍ଗତ କଲେଜ ଛକ ନିକଟରେ ହତ୍ୟାକାଣ୍ଡ ଘଟିଛି ।  ମୃତକଙ୍କ ନାଁ ଗୁନା । ସେ ଜଳେଶ୍ବର ଅଞ୍ଚଳର ।  ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗିଛି ।  କେହି ହତ୍ୟା କରି ଫିଙ୍ଗିଦେଇଥିବା ସନ୍ଦେହ କରାଯାଉଛି ।  କିଏ ଓ କାହିଁକି ହତ୍ୟା କଲା ଜଣାପଡିନାହିଁ ।

ଗୁନା କଲେଜ ଛକ ନିକଟ ଗାୟତ୍ରୀ ହୋଟେଲରେ କାମ କରୁଥିଲେ ।  ତେବେ ସେହି ହୋଟେଲରେ ଟୁକୁ ବୋଲି ଆଉ ଜଣେ କର୍ମଚାରୀ କାମ କରୁଥିବା ବେଳେ ଉଭୟଙ୍କ ମଧ୍ୟରେ ଶତ୍ରୁତା ଥିଲା ।  ଏନେଇ ଟୁକୁ ଗୁନାକୁ ହତ୍ୟା କରିଥିବା ହୋଟେଲ ମାଲିକ କହିଛନ୍ତି ।  ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛି ପୋଲିସ ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL