ପୁରୀ: ଶ୍ରୀମନ୍ଦିରରେ ନାବାଳକକୁ ମାଡ଼ । ପରିବାର ସହ ଜଗନ୍ନାଥ ଦର୍ଶନ କରିବାକୁ ଆସିଥିବାବେଳେ ଶ୍ରୀମନ୍ଦିର ବାହାର କାଠ ନିକଟରେ ନାବାଳକକୁ ପୋଲିସର ମାଡ଼ ଅଭିଯୋଗ । ତାଙ୍କ କାନରେ ଗଭୀର ଆଘାତ ଲାଗିଛି । ଚିକିତ୍ସା ପାଇଁ ପୁରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଶୁକ୍ରବାର ରାତିରେ ଭଦ୍ରକ ଭଣ୍ଡାରିପୋଖରୀ ଅଂଚଳର ଅଚ୍ୟୁତାନନ୍ଦ ବିଶ୍ୱାଳ, ତାଙ୍କ ସ୍ତ୍ରୀ ଓ ୧୬ ବର୍ଷର ପୁଅ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଯାଇଥିଲେ । ବାହାର କାଠ ନିକଟରେ ଦର୍ଶନ କରୁଥିବାବେଳେ ଜଣେ ପୋଲିସ ପୁଅକୁ ବାଡେଇଥିଲେ । ଏଥିରେ ନାବାଳକ ଜଣକ ସଂଜ୍ଞାହୀନ ହୋଇପଡିଥିଲେ ।
ଯାହାପରେ ଆକ୍ସନ ମୋଡକୁ ଆସୁଛି ପୋଲିସ । ସିଟି DSP ଓ ସିଂହଦ୍ବାର ଥାନା ପୋଲିସ ତଦନ୍ତ କରୁଛି । ତେବେ ନାବାଳକକୁ ପୋଲିସ କିମ୍ବା ଜେଟିପି କିଏ ମାଡ଼ ମାରିଛନ୍ତି ସେନେଇ ତଦନ୍ତ ଜାରି ରହିଛି । ନାଟମଣ୍ଡପର ସିସିଟିଭି ଯାଞ୍ଚ କରାଯାଉଛି ।









