ଜାତୀୟ

ଝିଅକୁ ପିଟି ପିଟି ହତ୍ୟା କଲା ବାପା

ହରିୟାଣା : ନିଜ ଜନ୍ମ କଲା ଝିଅକୁ ହତ୍ୟା କଲା ବାପା । ହୋମୱାର୍କ ନ କରିବାରରୁ ୪ବର୍ଷର ଝିଅକୁ ପିଟି ପିଟି ହତ୍ୟା କଲା । ହରିୟାଣା ଫରିଦାବାଦରେ ଚାଞ୍ଚଲ୍ୟ । ଫରିଦାବାଦର ସେକ୍ଟର ୫୮ରେ ଦେଖିବାକୁ ମିଳିଛି ଏପରି ଏକ ଅଭାବନୀୟ ଦୃଶ୍ୟ । ଝିଅର ମାଆ ଘରକୁ ଫେରି ସମ୍ପୂର୍ଣ୍ଣ ଘଟଣା ସମ୍ପର୍କରେ ଜାଣିବା ପରେ ପୋଲିସକୁ ଅଭିଯୋଗ କରିଥିଲେ । ପରେ ଅଭିଯୁକ୍ତ ବାପାକୁ ଗିରଫ କରିଥିଲା ପୋଲିସ ।

ପୋଲିସ ମୁତାବକ, ଉତ୍ତରପ୍ରଦେଶ ସୋନଭଦ୍ର ଜିଲ୍ଲାର କ୍ରୀଷ୍ଣା ଜୟସ୍ବାଲ ନିଜର ୪ବର୍ଷର ଝିଅ ଏବଂ ସ୍ତ୍ରୀ ସହିତ ଅନେକ ଦିନ ହେବ ଫରିଦାବାଦର ଏକ ଭଡ଼ାଘରେ ରହିଆସୁଛନ୍ତି । ସ୍ତ୍ରୀ ବାହାରକୁ କାମ କରିବା ପାଇଁ ଯାଇଥିବା ବେଳେ ସ୍ବାମୀ କ୍ରୀଷ୍ଣା ନିଜ ଝିଅକୁ ହୋମୱାର୍କ କରାଉଥିଲେ । ଏହି ସମୟରେ ଝିଅକୁ ଏକରୁ ୫୦ ପର୍ଯ୍ୟନ୍ତ ଗଣତି କରିବାକୁ କହିଥିଲେ । ୪ ବର୍ଷର ଝିଅକୁ ହୋମୱାର୍କ ମିଳିଥିଲା । ୫୦ ଲେଖିପାରିଲାନି ବି ଗଣିପାରିଲାନି ବୋଲି ରାଗିଗଲେ ବାପା । ନିର୍ଦ୍ଦୟ ଭାବେ ବେଲଣା କାଠିରେ ପିଟିପିଟି ବାପା ହତ୍ୟା କରିଦେଇଛି । ଘଟଣା ପରେ ଅଭିଯୁକ୍ତ ବାପାକୁ ଗିରଫ କରିଛି ପୋଲିସ ।

ପୋଲିସ କହିବା ଅନୁଯାୟୀ, ଅଭିଯୁକ୍ତ ଘଟଣା ପରେ ତାଙ୍କ ସ୍ତ୍ରୀଙ୍କୁ ଭୁଆଁ ବୁଲାଇବାକୁ କାହାଣୀ ରଚିଥିଲା । ଯେଉଁଥିରେ ସେ କହିଥିଲେ ଯେ ଝିଅଟି ଖେଳୁଥିବା ସମୟରେ ସିଡ଼ିରୁ ଖସି ପଡ଼ିଛି । କିନ୍ତୁ ହସ୍ପିଟାଲରେ ପହଞ୍ଚିବା ପରେ ସବୁ ସତ୍ୟ ସାମ୍ନାକୁ ଆସିଥିଲା । ହସପିଟାଲରେ ମା’ ଝିଅର ଶରୀରକୁ ଦେଖି ସନ୍ଦେହ କରିଥିଲେ । ପିଲାର ମୁହଁ ଓ ଶରୀର ନୀଳ ପଡିଯାଇଥିଲା । ତେଣୁ ସନ୍ଦେହ କରି ପରେ ସେ ଥାନାରେ ଅଭିଯୋଗ କରିଥିଲେ । ଆଉ ପୋଲିସ ତଦନ୍ତ କରି ଅଭିଯୁକ୍ତ ବାପାକୁ ଗିରଫ କରିଥିଲା ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL