ଓଡ଼ିଶା

ବୋଲଗଡ଼ ବିଡିଓଙ୍କୁ ହଟାଇବାକୁ ଦାବି, ଏକାଠି ହେଲେ ଶତାଧିକ ଲୋକ

ବେଗୁନିଆ: ଜୋର ଧରିଲା ବୋଲଗଡ଼ ବିଡିଓଙ୍କୁ ହଟାଇବା ଦାବି ।  ବୋଲଗଡ଼ ବିଡିଓ ସୁମନସୁଧା କୁଣ୍ଡୁଙ୍କ ବିରୋଧରେ ଏକାଠି ହେଲେ ଶତାଧିକ ଲୋକ ।  ବିଶାଳ ଶୋଭାଯାତ୍ରାରେ ବଜାର ପରିକ୍ରମା ସହିତ ବିଡିଓଙ୍କୁ ନିଲମ୍ବନ କରିବାକୁ ଦାବି କରିଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀ ଓ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ବୋଲଗଡ଼ ବିଡିଓ ସୁମନସୁଧା ବ୍ଲକ ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ବାମନ ହାଇସ୍କୁଲ ପଡିଆକୁ ଆସି ନ ଥିଲେ ।

ଏଥିସବ ବ୍ଲକସ୍ତରୀୟ ଆୟୋଜନ ନେଇ କୌଣସି ବ୍ୟବସ୍ଥା କରି ନ ଥିଲେ ।  ଫଳରେ ବୋଲଗଡ଼ରେ ବ୍ଲକ ସ୍ତରୀୟ ସାଧାରଣତନ୍ତ୍ର ଦିବସରେ ପରେଡ ବନ୍ଦ ରହିଥିଲା ।  ଯାହାକୁ ନେଇ ଦୁଇଦିନ ହେବ ବୋଲଗଡ ଅଞ୍ଚଳରେ ଅସନ୍ତୋଷର ନିଆଁ କୁହୁଳି ଆଜି ଶତାଧିକ ଜନସାଧାରଣ ଏକାଠି ହୋଇ ବିଡିଓଙ୍କ ନିଲମ୍ବନ ସହିତ ଏଠାରୁ ସ୍ଥାନାନ୍ତର ଦାବି କରିଛନ୍ତି ।  ବିଶାଳ ଶୋଭାଯାତ୍ରାରେ ବୋଲଗଡ ତହସିଲ କାର୍ଯ୍ୟାଳୟରେ ପହଞ୍ଚି ଜିଲ୍ଲାପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ଯରେ ଦାବିପତ୍ର ପ୍ରଦାନ କରିଛନ୍ତି ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL