ଓଡ଼ିଶା

ପ୍ରଦୂଷଣ ପ୍ରମାଣପତ୍ର ଥିଲେ ଛାଡ଼ ହେବ ପୂର୍ବ ଜରିମାନା

ଭୁବନେଶ୍ୱର: ପ୍ରଦୂଷଣ ପ୍ରମାଣପତ୍ର ଥିଲେ ପୂର୍ବ ଜରିମାନା ଛାଡ଼ କରାଯିବ। ଗାଡ଼ିର ପ୍ରଦୂଷଣ ପ୍ରମାଣପତ୍ର ବାହାର କରିବା ବେଳେ ପୂର୍ବରୁ ଥିବା ପ୍ରଦୂଷଣ ନିୟମ ଉଲ୍ଲଂଘନଜନିତ ଜରିମାନାକୁ ସରକାରଙ୍କ ପକ୍ଷରୁ କ୍ଷମା କରି ଦିଆଯାଉଛି। କେବଳ ଥରେ କି ଦୁଇଥର ନୁହେଁ ପୂର୍ବରୁ ଯେତେଥର ବି ପ୍ରଦୂଷଣଜନିତ ଚାଲାଣ କଟିଥିବ ସବୁକିଛି କ୍ଷମା ହୋଇଯାଉଛି।

ରାଜ୍ୟ ପରିବହନ ପ୍ରାଧିକରଣ ସୂତ୍ରରୁ ଏହି ଖବର ଜଣାପଡ଼ିଛି। ଏହା ଗତ ୧୪ ତାରିଖରୁ ଲାଗୁ ହୋଇଥିବା ବେଳେ ୧୦ଦିନରେ ୧୦ କୋଟିର ଚାଲାଣକୁ କ୍ଷମା କରାଯାଇଥିବା ଜଣାପଡ଼ିଛି। ପ୍ରଦୂଷଣ ପ୍ରମାଣପତ୍ର ପାଇବା କ୍ଷେତ୍ରରେ ନିୟମ କୋହଳ କରାଯାଇଥିବା ବିଷୟରେ ପୂର୍ବରୁ ମନ୍ତ୍ରୀ ଘୋଷଣା କରିବା ପରେ ଜାନୁଆରୀ ୧୪ ତାରିଖରୁ ଏହି ନିୟମ ଲାଗୁ କରାଯାଇଛି। ତେବେ ଏଭଳି କ୍ଷମା ପାଇଁ କିଛି ସର୍ତ୍ତ ରଖାଯାଇଛି।

ପ୍ରଦୂଷଣ ବ୍ୟତୀତ ଅନ୍ୟ କୌଣସି ଜରିମାନା ଲାଗିଥିଲେ, ସେଗୁଡ଼ିକୁ ପ୍ରଥମେ ପୈଠ କରିବା ବାଧ୍ୟତାମୂଳକ କରାଯାଇଛି । ଯେ ପର୍ଯ୍ୟନ୍ତ ପୁରୁଣା ଚାଲାଣଗୁଡ଼ିକୁ ପୈଠ କରାଯାଇ ନାହିଁ, ସେ ପର୍ଯ୍ୟନ୍ତ ପ୍ରଦୂଷଣଜନିତ ଜରିମାନା କ୍ଷମା ଦିଆଯିବ ନାହିଁ ବୋଲି ଏସ୍‌ଟିଏ ପକ୍ଷରୁ କୁହାଯାଇଛି। ଯେଉଁମାନେ ବି ଏହି ସେବାର ଲାଭ ଉଠାଇବାକୁ ଚାହିଁବେ ସେମାନେ ସ୍ଥାନୀୟ ଆର୍‌ଟିଓ କିମ୍ବା ଏସ୍‌ଟିଏ ସହିତ ଯୋଗାଯୋଗ କରିପାରିବେ । ଏହାଛଡା ଯେଉଁମାନେ ବ୍ୟକ୍ତିଗତ ଭାବେ ଏସ୍‌ଟିଏକୁ ଆସିବେ କିମ୍ବା ଇ-ମେଲ୍‌ ମାଧ୍ୟମରେ ସେମାନଙ୍କ ଦରଖାସ୍ତ ପଠାଇବେ ସେଗୁଡ଼ିକୁ ଯାଞ୍ଚ କରିବା ପରେ ପଦକ୍ଷେପ ନିଆଯିବ ବୋଲି ଜଣାପଡ଼ିଛି।

 

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL