ଭୁବନେଶ୍ଵର: ଯେଉଁ ରାସନକାର୍ଡ ଉପଭୋକ୍ତା ମାନେ ମୃତ ବ୍ୟକ୍ତିଙ୍କ ନାଁରେ ଚାଉଳ ଉଠାଉଥିବେ ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ହେବ ବୋଲି ଚେତାବନୀ ଦେଇଛନ୍ତି ଯୋଗାଣ ମନ୍ତ୍ରୀ । ସେ କହିଛନ୍ତି ମୃତ ବ୍ୟକ୍ତିଙ୍କ ନାଁରେ ଯେତିକି ଚାଉଳ ଉଠିଥିବ,ତାହା ଦେଢ଼ଗୁଣା ସେହି ବ୍ୟକ୍ତିଙ୍କ ଠାରୁ ଆଦାୟ ହେବ। ପୂର୍ବରୁ ଯେଉଁମାନେ ମୃତ ବ୍ୟକ୍ତିଙ୍କ ନାଁରେ ଚାଉଳ ଉଠାଇଛନ୍ତି ଯଦି ସେହି ବ୍ୟକ୍ତି ଧରାପଡିଲେ ସରକାର ତାଙ୍କ ପାଖରୁ କ୍ଷତିପୂରଣ ଆଦାୟ କରିବେ ।
ଇ-କେଓ୍ବାଇସି ପରେ ରାଜ୍ୟରେ ୬ ଲକ୍ଷ ୯୫ ହଜାରରୁ ଉର୍ଦ୍ଧ୍ୱ ମୃତ ହିତାଧିକାରୀ ଚିହ୍ନଟ ହୋଇଛନ୍ତି । ମୃତ ହିତାଧିକାରୀ ବିଷୟରେ ତଥ୍ୟ ଜଣାଇ ନାଁ କାଟିବାକୁ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଉପଭୋକ୍ତାମାନଙ୍କୁ ନିବେଦନ କରିଛନ୍ତି ।





