ଓଡ଼ିଶା

ଗଣଦୁଷ୍କର୍ମ ମାମଲା, ୬ ଅଭିଯୁକ୍ତଙ୍କୁ ୨୦ ବର୍ଷ ଜେଲ୍ ଦଣ୍ଡାଦେଶ

ବ୍ରହ୍ମପୁର : ଏକ ଗଣଦୁଷ୍କର୍ମ ମାମଲାର ବିଚାର କରି ବ୍ରହ୍ମପୁର ପୋକ୍ସୋ ସ୍ୱତନ୍ତ୍ର ଜଜ୍ ପ୍ରଣତି ପଟନାୟକ ୬ ଅଭିଯୁକ୍ତଙ୍କୁ ୨୦ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି ।  ଅଭିଯୁକ୍ତମାନେ ହେଲେ ରୁତୁନ୍ କୁମାର ଦାସ, ରୁଦ୍ର ଜେନା, ଅଭିଳାଶ ପଲେଇ, ଜୁମନ୍ ଗୌଡ଼, ଆକାଶ ନାୟକ ଓ ଓଁମକାର ଜେନା ।

ଅଭିଯୋଗ ଅନୁଯାୟୀ, ବ୍ରହ୍ମପୁର ବିଏନପୁର ଥାନା ଅଧୀନ ଏକ ଅଂଚଳରେ ରହୁଥିବା ନାବାଳିକା  ଗତ ୨୦୨୪ ମେ ୩ ତାରିଖ ଦିନ ଟ୍ୟୁସନ୍ ସାରି ଘରକୁ ଫେରିବା ପାଇଁ ରାସ୍ତାରେ ତାର ବାପାଙ୍କୁ ଅପେକ୍ଷା କରିଥିବା ବେଳେ ରୁତୁନ୍ ନାମକ ଯୁବକ ତାକୁ ତାର ଘରକୁ ଡ଼ାକି ନେଇଥିଲା ।  ଘରେ ମାଆ, ଭଉଣୀ ଅଛନ୍ତି କହି ପାନୀୟ ଦ୍ରବ୍ୟରେ ନିଶା ମିଶାଇ ତାକୁ ପିଇବାକୁ ଦେଇଥିଲା ।

ଏହା ପରେ ଜଣେ ଜଣେ ହୋଇ ୬ରୁ ୭ ଜଣ ତାକୁ ରାତି ୧୦ ଟା ପର୍ଯ୍ୟନ୍ତ ଦୁଷ୍କର୍ମ କରିଥିବା ନେଇ ସେ ଥାନାରେ ଅଭିଯୋଗ କରିଥିଲା ।  ପୋଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତମାନଙ୍କୁ ଗିରଫ କରିବା ପରେ କୋର୍ଟରେ ଏହି ମାମଲାର ବିଚାରଣା ହୋଇଥିଲା ।  ଉପଯୁକ୍ତ ସାକ୍ଷୀ ଓ ପ୍ରମାଣକୁ ଆଧାର କରି ଅଭିଯୁକ୍ତମାନଙ୍କୁ ଦଣ୍ଡାଦେଶ ଦିଆଯାଇଥବା ସରକାରୀ ସ୍ୱତନ୍ତ୍ର ପିପି ନାରାୟଣ ପଣ୍ଡା ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL