ଭୁବନେଶ୍ୱର: ଆକ୍ସନ୍ ମୋଡରେ ଉଚ୍ଚଶିକ୍ଷା ବିଭାଗ । ଏଣିକି କଲେଜରେ କ୍ଲାସ ନ କରି ଖଟି କଲେ ଅଧ୍ୟାପକ ଅଧ୍ୟାପିକାଙ୍କ ବିରୋଧରେ ନିଆଯିବ କଠୋର କାର୍ଯ୍ୟାନୁଷ୍ଠାନ । ଏହା ସହ ଦରମା ମଧ୍ୟ ବନ୍ଦ ହୋଇପାରେ । ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟର ସବୁ ସରକାରୀ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ଚିଠି ଲେଖିଛି ଉଚ୍ଚଶିକ୍ଷା ବିଭାଗ ।
ଗତ ୨୯ ତାରିଖରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କଟକ ଜିଲ୍ଲାର ଦୁଇଟି ସଂସ୍କୃତ ଅନୁଦାନପ୍ରାପ୍ତ କଲେଜକୁ ଅଚାନକ ପରିଦର୍ଶନରେ ଯାଇଥିଲେ । ଏହି ପରିଦର୍ଶନ ସମୟରେ ଅଧିକାରୀ ମାନେ କଲେଜରେ କ୍ଲାସ୍ ସମୟରେ ଅଧ୍ୟାପକ ଓ ଅଣ ଅଧ୍ୟାପକ ମାନେ କ୍ଲାସରେ ନଥିଲେ । ଅନ୍ୟ ସ୍ଥାନରେ ଚେୟାରରେ ବସି ଆରାମ କରିବା ସହ ମୋବାଇଲରେ ବ୍ୟସ୍ତ ଥିଲେ ଖଟି କରୁଥିଲେ ।








