ଜାତୀୟ

ମଧ୍ୟାହ୍ନଭୋଜନ ଖାଇ ୪୫ ଛାତ୍ରଛାତ୍ରୀ ଅସୁସ୍ଥ, ୧୦ ଗୁରୁତର

ତେଲଙ୍ଗାନା : ତେଲଙ୍ଗାନାର କୋନିଜେରଲା ମଣ୍ଡଳରେ ବୋଡିୟାଥାଣ୍ଡା ସରକାରୀ ପ୍ରାଇମେରୀ ସ୍କୁଲରେ ୩୮ ଜଣ ଖାଦ୍ୟ ବିଷାକ୍ତ ହେବାରୁ ହସପିଟାଲରେ ଭର୍ତ୍ତି ହୋଇଛନ୍ତି । ଏମାନଙ୍କ ଭିତରେ ୧୦ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଘଟଣା ସଙ୍ଗାରେଡ୍ଡୀ ଜିଲ୍ଲାର ସରକାରୀ ପ୍ରାଇମେରୀ ସ୍କୁଲରେ ମିଡ-ଡେ ମିଲ୍ ଖାଇବା ପରେ ୪୫ ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡିଥିଲେ ।

ଛାତ୍ରମାନେ ବାନ୍ତି, ଝାଡା ଓ ପେଟ ଯନ୍ତ୍ରଣାରେ ଛଟପଟ ହେଉଥିଲେ । ଖବର ଜଣାପଡିବା ପରେ ମାତା ପିତା ଏବଂ ସ୍କୁଲ ଷ୍ଟାଫ ତୁରନ୍ତ ପ୍ରଭାବିତ ଛାତ୍ରଙ୍କୁ ସରକାରୀ ହସପିଟାଲରେ ଭର୍ତ୍ତି କରିଥିଲେ । ସେଠାରେ ସମସ୍ତଙ୍କ ଚିକିତ୍ସା ଜାରି ରହିଛି ।

ତେବେ କାହିଁକି ପିଲାମାନେ ଅସୁସ୍ଥ ହୋଇଛନ୍ତି, ତାହା ଜଣାପଡିନାହିଁ । ଏହାର ତଦନ୍ତ କରାଯାଉଛି ।

ସରକାରୀ ପ୍ରାଇମେରୀ ସ୍କୁଲରେ ମିଡ ଡେ ମିଲ ଯୋଜନା ରହିଛି । ଏହା ଅଧିନରେ ପିଲାମାନେ ଦ୍ବିପହରର ଖାଇବା ସ୍କୁଲରେ ଖାଇଥାନ୍ତି । ଏହା ସ୍କୁଲ ତରଫରୁ ସଂପୂର୍ଣ୍ଣ ମାଗଣା ଖାଇବା ମିଳିଥାଏ । ପ୍ରତିଦିନ ଏହି ଖାଦ୍ୟ ସ୍କୁଲରେ ରୋଷେଇ କରାଯାଏ । ଆଉ ଏହି ଖାଦ୍ୟରେ ନିୟମାନୁସାରେ ପୁଷ୍ଟିକରୀ ଏବଂ ସର୍ବନିମ୍ନ କ୍ୟାଲୋରୀ, ପ୍ରୋଟିନ ଏବଂ ଭିଟାମିନ ରହିଥାଏ । ଏହାର ମୁଖ୍ୟ ଉଦ୍ଦେଶ୍ୟ ପିଲାଙ୍କ ମଧ୍ୟରେ କୁ ପୋଷଣା ଦୂର କରିବା । ଆଉ ସ୍କୁଲରେ ପିଲାଙ୍କ ଉପସ୍ଥିତି ବଢାଇବା ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL