ଓଡ଼ିଶା

୨୮ ଫେବୃଆରୀ ସୁଦ୍ଧା ପଞ୍ଜୀକରଣ ନକଲେ ସିଏମ୍ କିଷାନ ଯୋଜନାରୁ ବାଦ୍ ପଡ଼ିବେ ହିତାଧିକାରୀ

ଭୁବନେଶ୍ବର: ସିଏମ୍ କିଷାନ ହିତାଧିକାରୀଙ୍କ ପାଇଁ ବଡ଼ ସୂଚନା । ସିଏମ୍ କିଷାନ ଯୋଜନାର ବାଧ୍ୟତାମୂଳକ ଆବଶ୍ୟକତା ଗୁଡ଼ିକ ପୂରଣ କରିନଥିବା ହିତାଧିକାରୀମାନଙ୍କ ନିମନ୍ତେ ଗୁରୁତ୍ୱପୂର୍ଣ୍ଣ ସୂଚନା ଜାରି କଲେ ରାଜ୍ୟ ସରକାର । ୨୮ ଫେବୃଆରୀ ମଧ୍ୟରେ ପଞ୍ଜୀକରଣ କରିନଥିବା ହିତାଧିକାରୀମାନେ ଯୋଜନାରୁ ବାଦ୍ ପଡ଼ି ପାରନ୍ତି ।

ପଞ୍ଜୀକରଣ ପାଇଁ ବାଧ୍ୟତାମୂଳକ ଆବଶ୍ୟକତା ଯେମିତି କି ବ୍ୟାଙ୍କ୍ ଖାତା ସହ ଆଧାର ସଂଯୋଗୀକରଣ, କୃଷକ ଓଡ଼ିଶା ପୋର୍ଟାଲ୍ରେ ପଞ୍ଜୀକରଣ ଭଳି ଆବଶ୍ୟକତା ଗୁଡ଼ିକ ପୂରଣ କରିବାକୁ ହେବ। ଆଧାର ଲିଙ୍କ୍ ଥିବା ମୋବାଇଲ୍ ନମ୍ବର୍ ଜରିଆରେ e-KYC ସହିତ ନିକଟସ୍ଥ ଜନ ସେବା କେନ୍ଦ୍ର କିମ୍ବା ବ୍ୟକ୍ତିଗତ ସ୍ତରରେ ସିଏମ୍ ଜିଷାନ ପୋର୍ଟାଲ୍ (cmkisan.odisha.gov.in)ରେ ପଞ୍ଜୀକରଣ କରାଇବାକୁ ହେବ । ଅଧିକ ସୂଚନା ପାଇଁ ବ୍ଲକ୍ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ କିମ୍ବା କୃଷି ସମୃଦ୍ଧି ହେଇଲାଇନ୍ ନମ୍ବର ୧୫-୫୩୩୩ରେ ଯୋଗାଯୋଗ କରିପାରିବେ ।

 

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL